ଆଙ୍କୋଲି ମାଁ କନକ ଦୁର୍ଗା ଠାକୁରାଣୀ ଙ୍କ ଯାତ୍ରା ଆରମ୍ଭ

0
265

ବ୍ରହ୍ମପୁର,୨୭/୦୪/୨୦୨୨: ଆଙ୍କୋଲିର ଅଧିଷ୍ଠାତ୍ରୀ ଦେବୀ ମାଁ କନକ ଦୁର୍ଗା ବୁଢ଼ୀ ଠାକୁରାଣୀଙ୍କ ଦ୍ଵିବାର୍ଷିକୀ ଯାତ୍ରା ମହାସମାରୋହରେ ଶୁଭାରମ୍ଭ ହୋଇଯାଇଛି । ଅସ୍ଥାୟୀ ପୀଠରୁ ଏକ ବିରାଟ ପଟୁଆରରେ ଦେଶୀବେହେରା ବିଷ୍ଣୁ ବେହେରା ମା’ଙ୍କର ଫୁଲ ଓ ଦୀପକୁ ଧାରଣା କରି ଅଞ୍ଚଳ ପରିକ୍ରମା ପରେ ମାଳି ସାହି ସ୍ଥିତ ମା’ କନକ ଦୁର୍ଗା ମନ୍ଦିର ଠାରେ ପହଞ୍ଚୁ ନିମନ୍ତ୍ରଣ କରିଥିଲେ। ସେଠାରେ ମା’ଙ୍କ ମୁଣ୍ଡରେ ଫୁଲ ସ୍ଥାପନ କରି ମୁଖ୍ୟ ପୂଜକ ଭାଗ୍ୟ ଗନ୍ତାୟତ ପୂଜାର୍ଚ୍ଚନା କରିବା ପରେ ମା’ଙ୍କ ମୁଣ୍ଡରୁ ଫୁଲ ଖସିବା ପରେ ଆଜ୍ଞାମାଳ ନେଇ ଗ୍ରାମ ପରିକ୍ରମା କରି ଅସ୍ଥାୟୀ ମଣ୍ଡପରେ ପହଞ୍ଚିଥିଲେ । ଏହି ଯାତ୍ରା ଆସନ୍ତା ମଇ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଯାତ୍ରା କମିଟି ସଭାପତି ଭାଗିରଥି ମହାରଣା, ସମ୍ପାଦକ ଭଗବାନ ନାୟକ, କାର୍ଯ୍ୟକାରୀ ସମ୍ପାଦକ ବ୍ରଜମୋହନ ପ୍ରଧାନ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାଷ ମହାରଣା, ଜଗନ୍ନାଥ ସାବତ, ସୁକାନ୍ତ ତ୍ରିପାଠୀ, ପିତବାସ ପ୍ରଧାନ, ଏଲ୍. ସୁଦାମ ଦାସ, ପ୍ରଦୀପ ନାୟକ, ବିଟୁ ପ୍ରଧାନ, ଅରୁଣ ପ୍ରଧାନ, ପ୍ରକାଶ ଚନ୍ଦ୍ର ଘଟୁଆଳି, ସୁବାଷ ନାୟକ, କ୍ଷୀରୋଦ ମଣ୍ଡଳ, ଅଶୋକ ନାୟକ, ବିଷ୍ଣୁ ନାୟକ, ଦୁର୍ଗା ନାୟକ, ପୂର୍ଣ୍ଣ ନାୟକ, ବାବୁ ନାୟକ, ବିଦେଶୀ ନାୟକ, ଇନ୍ଦ୍ର ନାୟକ, ଶାନ୍ତି ଦାସ, ମୁନା ସେଠୀ, ସୁବୋଧ ଚୌଧୁରୀ, ଆର୍ ରାଜେନ୍ଦ୍ର, ଧୂରେନ୍ ଚୌଧୁରୀଙ୍କ ସମେତ ବହୁ ଗ୍ରାମବାସୀ ସାମିଲ୍ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here