ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଏବଂ ରୟାଲ ଭୁଟାନ୍ ସିଭିଲସର୍ଭିସ୍ ଅଧିକାରୀଗଣ ଙ୍କ ରଙ୍ଗେଇଲୁଣ୍ଡା ଗସ୍ତ

0
265

ବ୍ରହ୍ମପୁର, ୦୧/୦୬/୨୦୨୨:ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଏବଂ ରୟାଲ ଭୁଟାନ୍ ସିଭିଲସର୍ଭିସ୍ ର ୨୦୨୧ ବ୍ୟାଚ୍ ଅଧିକାରୀଗଣ ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବୁଧବାର ଦିନ ରଙ୍ଗେଇଲୁଣ୍ଡା ବ୍ଲକ ଚାନ୍ଦପୁର ପଞ୍ଚାୟତ ର ବିଭିନ୍ନ ଲୋକାଭିମୁଖୀ ଯୋଜନା ରହିଛି ବ୍ଲକ ପ୍ରଶାସନ ଦ୍ବାରା ବ୍ଲକର ଉନ୍ନତି କରା ଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ। ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଚାନ୍ଦପୁର ପଞ୍ଚାୟତ ପକ୍ଷରୁ ବ୍ଲକ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ତତ୍ତ୍ଵାବଧାନରେ ସମସ୍ତ ୩୮ଜଣ ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ ଜଣାଇଥିଲେ।ଲାଲବାହାଦୂର ଶାସ୍ତ୍ରୀ ନ୍ୟାସନାଲଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ ଦ୍ବାରା ପରିଚାଳିତ ଭାରତ ଦର୍ଶନ କାର୍ଯ୍ୟକ୍ରମର ଏହା ଅଂଶବିଶେଷଭାବରେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ବ୍ଲକ ଗସ୍ତ କରି ରଙ୍ଗେଇଲୁଣ୍ଡା ବ୍ଲକ ଗ୍ରସ୍ଥ କରି ଚାନ୍ଦପୁର ପଞ୍ଚାୟତ ରେ ପହଞ୍ଚି ଥିଲେ। ପଞ୍ଚାୟତ ପରିସରରେ  ଅନୁଷ୍ଠିତ ସଭା ରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ସମସ୍ତ ଅଧିକାରୀ ମାନଙ୍କୁ
କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ମହିଳା ଏସଏଚଜି, ଇତ୍ୟାଦିର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରାଇବା ସହ ମହାତ୍ମାଗାନ୍ଧୀ ନିଶ୍ଚିତ ଗ୍ରାମୀଣ ରୋଜଗାର ଯୋଜନା, ଗ୍ରାମ୍ୟପରିମଳ, ଜୀବନ ଜୀବୀକା,ମିଶନ ଶକ୍ତି ,ଗ୍ରାମପଞ୍ଚାୟତ ପାର୍କ, ଇତ୍ୟାଦି ବୁଲି ଦେଖିଥିଲେ।ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।୫-ଟିରକାର୍ଯ୍ୟକାରୀତା,ଜିଲ୍ଲାର ନିଜସ୍ବପଦକ୍ଷେପ କାର୍ଯ୍ୟକ୍ରମ ମୋ ଗେହ୍ଲାଝିଅ,ନିର୍ଭୟ କଢି, ସ୍ବୟଂସିଦ୍ଧା, ଇତ୍ୟାଦି ନେଇ ବ୍ଲକ ବିଡ଼ିଓ କାର୍ଯକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।ପରିଶେଷରେ ଭାରତୀୟ ପ୍ରଶାସନିକ ଅଧିକାରୀଗଣ ଧନ୍ୟବାଦ ଅର୍ପଣ କରିବା ଛଳରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଆତିଥ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ।ସମସ୍ତ ଅଧିକାରୀଗଣପରିଦର୍ଶନର ସମସ୍ତ ଦାୟୀତ୍ବ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେଦତ୍ତାତ୍ରେୟ ଭାଉ ସାହେବ ଙ୍କ ନେତୃତ୍ବରେ ଏହି ଟିମ ରଙ୍ଗେଇଲୁଣ୍ଡା ବ୍ଲକରେ ପହଞ୍ଚି ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ, ଜିଲ୍ଲା ପରିଷଦ ସଭ୍ୟା ତଅପୋଇ ଦାସ, ବ୍ଲକ ଅଧ୍ୟକ୍ଷା ସି.ଏଚ. ଉଷାରାଣୀ, ଉପଧକ୍ଷା ଅନିତା ମହାଙ୍କୁଡ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ତୁଷାରକାନ୍ତ ସାମଲ, ସହକାରୀ ଯନ୍ତ୍ରୀ ପଞ୍ଚାନନ ପାତ୍ର, ସମୀର ପଟ୍ଟନାୟକ, ଓଏସଡି ପ୍ରତାପ ପଟ୍ଟନାୟକ,ଚାନ୍ଦପୁର ସରପଞ୍ଚ ରଶ୍ମିତା ପାତ୍ର, ରଣ୍ଢl ସରପଞ୍ଚ ଅଜିତ ରାଉଳ, ସିଏଚ. ଦିଲେଶ୍ଵର ରେଡ୍ଡୀ, ଚାନ୍ଦପୁର ସମିତି ସଭ୍ୟା ପ୍ରିୟଙ୍କା ଦଳେଇ, ବାଲ୍ୟରାମ ଦଳାଇ, ସାତକୁଟୁଣି ସରପଞ୍ଚ ବିଭୂତି ଭୂଷଣ ଲେଙ୍କା,ବାଇରୀ ପାତ୍ର, ଧୀରେନ୍ଦ୍ର ପାତ୍ର, ଶରତ ପାତ୍ର, ବିଷ୍ଣୁପ୍ରିୟା ନାୟକ, ବିପିଏମ୍ ଅଜୟ ଦାସ, ଜିପିଓ ରୂପକ କୁମାର ସାମନ୍ତରାୟ ବ୍ଲକ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here