ଖଲିଙ୍ଗିରେ ଅଖିଳ ଭାରତ କୃଷକ ସଭା ସାନଖେମୁଣ୍ଡି ଆଞ୍ଚଳିକ ସମ୍ମିଳନୀ

0
256

ସାନଖେମୁଣ୍ଡି ୨୮/୦୬/୨୦୨୨: ଦେଶରେ କୃଷି ଓ କୃଷକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। କୃଷୀ ଓ କୃଷି କ୍ଷେତ୍ରରେ ସଙ୍କଟ ଘନୀଭୂତ ହେବାରେ ଲାଗିଛି । କୃଷକ ତା’ର ଫସଲର ଉତ୍ପାଦିତ ମୂଲ୍ୟ ପାଉନି। ଦେଶ ଓ ରାଜ୍ୟର ସରକାର କୃଷକଙ୍କ ସ୍ବାର୍ଥ ବିରୋଧୀ ସାଜିବା ସହ କର୍ପୋରେଟ ପୁଞ୍ଜିପତିଙ୍କ ସପକ୍ଷରେ ଯୋଜନା ଆଣିଛନ୍ତି । କୃଷକ ଶ୍ରେଣୀ ନିଜର ଦାବୀ ହାସଲ ପାଇଁ ଅତୀତର ଚାଷୀ ଆନ୍ଧୋଳନ ଭଳି ସମ୍ମିଳିତ ସଂଗ୍ରାମକୁ ଓହ୍ଲାଇବା ପାଇଁ ଖଲିଙ୍ଗି ଠାରେ ଅଖିଳ ଭାରତ କୃଷକ ସଭା ସାନଖେମୁଣ୍ଡି ଆଞ୍ଚଳିକ ପରିଷଦ ସମ୍ମିଳନୀ ଅବସରରେ କୃଷକନେତା ମାନେ ମତବ୍ୟକ୍ତ କରିଛନ୍ତି । ବରିଷ୍ଠ କୃଷକ ନେତା ଅନନ୍ତ ମହାଙ୍କୁଡଙ୍କ ସଭାପତିତ୍ବରେ ଅନୁଷ୍ଠିତ କୃଷକସଭା ସମ୍ମିଳନୀରେ ଅତିଥିଭାବେ ଅଖିଳ ଭାରତ କୃଷକ ସଭା ଜିଲ୍ଲା ଉପ ସଭାପତି ରଙ୍କନାଥ ସ୍ବାଇଁ , ସମ୍ପାଦକ ରାଜୀବଲୋଚନ ପଣ୍ଡା , ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର , ସହ ସମ୍ପାଦକ ଅଳକନାଥ ମିଶ୍ର , ନୀଳକଣ୍ଠ ଦାଶ , କୃଷକନେତା ହର ପ୍ରସାଦ ଆଚାରୀ , ପଞ୍ଚାନନ ସ୍ବାଇଁ , କିଶୋର ଚନ୍ଦ୍ର ଶତପଥୀ ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ଦେଶ ରାଜ୍ୟରେ କୃଷି କୃଷକଙ୍କ ସମସ୍ୟା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ଅଖିଳ ଭାରତ କୃଷକ ସଭା ସାନଖେମୁଣ୍ଡି ଆଞ୍ଚଳିକ ପରିଷଦ ସଭାପତି ଭାବେ ଗୌରଚନ୍ଦ୍ର ପାତ୍ର ସମ୍ପାଦକ ଭଗବାନ ରାଉତ , ଉପସଭାପତି ରବିନ୍ଦ୍ର ବିଷୋୟୀ , ସହ ସମ୍ପାଦକ ଅଶୋକ କୁମାର ଜେନାଙ୍କ ସମେତ ଆଞ୍ଚଳିକ କମିଟି ସଭ୍ୟ ଭାବେ କୈଳାଶ ପାତ୍ର , ଏ କୃଷ୍ଣମୂର୍ତ୍ତି ପାତ୍ର , ସନ୍ତୋଷ କୁମାର ସ୍ୱାଇଁ , ଉଦୟ ମଳିକ ରାଜେନ୍ଦ୍ର ବେହେରା , ବୃନ୍ଦାବନ ମହାଙ୍କୁଡ , ଭାସ୍କର ମହାରଣା ପ୍ରମୁଖ ନିର୍ବାଚିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here