ବ୍ରହ୍ମପୁର,୨୮/୦୬/୨୦୨୨:
ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ରଙ୍ଗିପୂର ପଞ୍ଚାୟତ ର ରଙ୍ଗିପୁର ପ୍ରାଥମିକ କୃଷି ସେବା ସମବାୟ ସମିତି(ପାକ୍ସ)ର ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ବିଜେଡ଼ି ସଭାପତି ଅଜିତ କୁମାର ଦାସ କୃଷି ସେବା ସମବାୟ ସମିତି ସଭାପତି ଭାବେ ନିଃଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।ପ୍ରଶାନ୍ତ କୁମାର ପଣ୍ଡା, ଏମ.ରାଜେନ୍ଦ୍ର ପାତ୍ର, ବି. ରାମ ସ୍ଵାମୀ ପାତ୍ର, ବିପ୍ର ଚନ୍ଦ୍ର ରାଉଳ, ଶିଶିର ନାହାକ, ଗୋପୀ ସେଠୀ, ପ୍ରଭାସିନୀ ରାଉଳ, ସତ୍ୟ ଦାସ, ପଦ୍ମ ଚରଣ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ଦାସ ନିର୍ଦ୍ଦେଶକ ଭାବେ ସେବା ସମବାୟ ସମିତି ର କର୍ମ କର୍ତ୍ତା ମାନଙ୍କ ଉପସ୍ଥିତି ରେ ଅଜିତ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ।ନାମାଙ୍କନ ପତ୍ରର ସମୟସୀମା ମଧ୍ୟରେ କୌଣସି ପ୍ରାର୍ଥୀପତ୍ର ଦାଖଲ ହୋଇ ନଥିବା ଯୋଗୁଁ ପରିଶେଷରେ ଅଜିତ ଦାସ ଙ୍କୁ ନିର୍ଦ୍ଵନ୍ଦରେ ସଭାପତି ଭାବେ ଘୋଷଣା କରାଯାଇଥିଲା । ଏହି ସମସ୍ତ ନିର୍ବାଚନ ପ୍ରକ୍ରିୟା ସେବା ସମବାୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା । ନିର୍ବାଚନ ପର୍ଯ୍ୟବେକ୍ଷକ ରୂପେ ପଞ୍ଚାୟତ କାର୍ଯ୍ଯନିର୍ବାହୀ ଅଧିକାରୀ ନିର୍ବାଚନ ପରିଚାଳନା କରିଥିବା ବେଳେ ସମବାୟ ସମିତି ର ସମ୍ପାଦକ ସହଯୋଗ କରିଥିଲେ। ରଙ୍ଗିପୁର କୃଷି ସେବା ସମବାୟ ସମିତିର ବିକାଶ ସହ କୃଷକ ମାନଙ୍କର ଅର୍ଥନୈତିକ ଉନ୍ନତି ଦିଗରେ ସେ ଉଦ୍ୟମ ଜାରି ରଖିବେ ବୋଲି ନବନିର୍ବାଚିତ ଅଜିତ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।




