ବ୍ରହ୍ମପୁର,୦୮/୦୮/୨୦୨୨: ପୂର୍ବତନ ସେନା କର୍ମଚାରୀ ତଥା “ସଂଚାର” ସମ୍ବାଦପତ୍ର ପ୍ରତିନିଧି ରାଜେନ୍ଦ୍ର ସାହୁଙ୍କ ପିତା ବଳରାମ ସାହୁଙ୍କ ୯୨ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୬୨ ମସିହା ଭାରତ-ଚୀନ ଯୁଦ୍ଧ ସମୟରେ କାର୍ଯ୍ୟରତ ଥିଲେ।ସେ ଯୁଦ୍ଧ ସମୟରେ କାର୍ଯ୍ୟ ରେ ଉପସ୍ଥିତ ରହି ଯୁଦ୍ଧ ରେ ଅଂଶ ଗ୍ରହଣ କରିଥିଲେ। ସ୍ଥାନୀୟ ଫରେଷ୍ଟ କଲେନୀ ସ୍ଥିତ ନିଜ ବାସଭବନରେ ସେ ରହିଆସୁଥିଲେ। ଆଜି ଶେଷ ଶଯ୍ୟା ନିକଟରେ ସ୍ତ୍ରୀ,୪ ପୁଅ,ବୋହୁ,ଝିଅ, ଜୋଇଁ, ନାତି ନାତୁଣୀ ଏବଂ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ତାଙ୍କର ଶେଷ ତଥା ଅନ୍ତେଷ୍ଟି କ୍ରିୟା ପୁରୀ ସ୍ବର୍ଗ ଦ୍ବାର ଠାରେ ଶେଷ ସଂମ୍ପନ୍ନ ହେବ ବୋଲି ଜଣାପଡିଛି।