ବରିଷ୍ଠ ଅଗ୍ନିଶମ ସେବା ଅଧିକାରୀମାନଙ୍କ ବାର୍ଷିକ ଅଧିବେଶନ-୨୦୨୨,ଅଗ୍ନିକାଣ୍ଡ ଓ ବିପତ୍ତିର ତ୍ଵରିତ ମୁକାବିଲା ନିମନ୍ତେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ଉପରେ ଗୁରୁତ୍ୱାରୋପ

0
220

ଭୁବନେଶ୍ୱର,୧୦/୦୮/୨୦୨୨:
ଓଡିଶା ଅଗ୍ନିଶମ ନିର୍ଦ୍ଦେଶାଳୟ ଦ୍ଵାରା ଓଡିଶା ଅଗ୍ନିଶମ ଓ ବିପରି ନିସ୍ତାର ପ୍ରତିଷ୍ଠାନ, ଭୁବନେଶ୍ଵର ଠାରେ ରାଜ୍ୟସ୍ତରୀୟ ବରିଷ୍ଠ ଅଗ୍ନିଶମ ସେବା ଅଧିକାରୀମାନଙ୍କ ବାର୍ଷିକ ଅବେଶନ-୨୦୨୨ ଉଦ୍‌ଘାଟିତ ହୋଇଯାଇଛି ।ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଗୃହରାଜ୍ୟ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା
କହିଥିଲେ ଯେ ବର୍ଦ୍ଧିତ ଜନସଂଖ୍ୟା, ଦୃତ ସହରୀକରଣ, ଶିଳ୍ପାୟନ ଓ ଆଗାମୀ ଦିନମାନଙ୍କରେ ପ୍ରତି କ୍ଷେତ୍ରରେ ଅଟୋମେସନ ଓ କୁତ୍ରିମ ବୁଦ୍ଧିମତା ଭଳି ବୈଷୟିକ ଜ୍ଞାନର ଅନୁପ୍ରବେଶ ଜନସାଧାରଣଙ୍କୁ ଜଟିଳ ପରିସ୍ଥିତିରେ ପକାଇବ । ତେଣୁ ଆଗାମୀ ଦିନରେ ରାଜ୍ୟରେ ଅଗ୍ନିକାଣ୍ଡ ଓ ବିପତ୍ତିର ତ୍ଵରିତ ମୁକାବିଲା ଲାଗି ଅତ୍ୟାଧୁନିକ
ଜ୍ଞାନକୌଶଳ ସହ ଅନ୍ତର୍ଜାତୀୟ ମାନର ପ୍ରଶିକ୍ଷଣ, ସୁବିଧାସମ୍ପନ୍ନ ଭିତ୍ତିଭୂମି ବିକାଶର ଆବଶ୍ୟକତା ଉପରେ ସେ ଗୁରତ୍ୱାରୋପ କରିଥିଲେ । ବର୍ତ୍ତମାନ ଅତି ଉଚ୍ଚ ଅଟ୍ଟାଳିକା ତଥା ଉଚ୍ଚ ନିର୍ମାଣ ଲାଗି ଅଗ୍ନିସୁରକ୍ଷା କୋଡ ଅନୁପାଳନର ତଦାରଖ କରିବା ଅପରିହାର୍ଯ୍ୟ ବୋଲି ସେ ମତ ଦେଇଛନ୍ତି ।ସମ୍ମାନୀୟ ଅତିଥି ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ବିଗତ ବର୍ଷମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟବେଳେ ରାଜ୍ୟ ଓ ଜାତୀୟ ସ୍ତରରେ ଅଗ୍ନିଶମ ଅଧିକାରୀମାନଙ୍କର ଅତୁଳନୀୟ ଯୋଗଦାନ ଦ୍ଵାରା କିପରି ଅମୂଲ୍ୟ ଜନଜୀବନ ଓ ସମ୍ପଦର ରକ୍ଷା ହେଇପାରିଛି ତା’ର ଭୂୟସୀ ପ୍ରଶଂସା କରିଥିଲେ । ବିପର୍ଯ୍ୟୟ ସମୟରେ ଓଡ଼ିଶା ସରକାରଙ୍କ ’ଜିରୋ କାଜୁଆଲିଟି’ର ପ୍ରତିବଦ୍ଧତାକୁ ଅଗ୍ନିଶମ ସେବା ଆହୁରି ଦୃଢ଼ କରିପାରିଥିବାରୁ ସାଧୁବାଦ ଜଣାଇ ଥିଲେ । ଅଗ୍ନିଶମ ସେବାର ଅତ୍ୟାଧୁନିକୀକରଣ ଲାଗି ଅର୍ଥ କେବେ ବି ବାଧକ ସାଜିବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ । ଏହି ଅବସରେ ଅଗ୍ନିଶମ ମହାନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଉପାଧ୍ୟୟ ଅନ୍ୟ ଶିଳ୍ପାଞ୍ଚଳ ସହ ତୈଳ ଓ ରାସାୟନିକ ଶିଳ୍ପଗୁଡିକର ଅଗ୍ନି ବିପରି ନିରୋଧ କ୍ଷମତା ବୃଦ୍ଧି କରିବା ଜରୁରୀ ବୋଲି ମନ୍ତବ୍ୟ ରଖିଥିଲେ । ଏହା ବ୍ୟତୀତ ଭବିଷ୍ୟତରେ ଅତିଉଚ୍ଚ ନିର୍ମାଣର ସୁରକ୍ଷା, ରେଳ ଓ ମେଟ୍ରୋ ଅଘଟଣ, ସାମୁଦ୍ରିକ ତୈଳ ବିସ୍ମରଣ ମୁକାବିଲା କ୍ଷେତ୍ରରେ ପାରଦର୍ଶୀ ହେବାକୁ ପଡ଼ିବ ବୋଲି ଅଗ୍ନିଶମ
ଅଧୀକାରୀଙ୍କୁ ଉପଦେଶ ଦେଇଥିଲେ । ଅଧିବେଶନରେ ଅଗ୍ନି, କିପରି ଓ ମଣିଷ ଉପରେ ତା’ର ମନୋବୈଜ୍ଞାନିକ ପ୍ରଭାବ ବିଷୟରେ ଆଲୋଚନା କରାଯାଇଥିଲା । ବନ୍ୟଜନ୍ତୁ ସୁରକ୍ଷା ଓ ଜଂଗଲ ନିଆଁ ପ୍ରତିରୋଧ ଲାଗି ମୁକାବିଲା ଓ ଜନସଚେତନତାର ଆବଶ୍ୟକତା ବିଷୟରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା । ଅଗ୍ନିଶମ ଅଧିକାରୀମାନେ ଅଗ୍ନି
ନିରୋଧ, ପ୍ରତିରୋଧ ଓ ଶମନଭିତ୍ତିକ ଅନେକ ଆଲୋଚ୍ୟ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ଏହି ଅବସରରେ ଅତିଥିମାନେ ଫାୟାର ସର୍ଭିସ ନିଉଜ ବୁଲିଟିନ୍ ଓ ଟେଲିଫୋନ ଡିରେକ୍ଟୋରୀ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ଅତିରିକ୍ତ ଅଗ୍ନିଶମ ମହାନିର୍ଦ୍ଦେଶକ ଡ. ସୌମ୍ୟା ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ମୁଖ୍ୟ ଅଗ୍ନିଶମ ଅଧିକାରୀ ଶ୍ରୀ ଦେବେନ୍ଦ୍ର କୁମାର ସ୍ୱାଇଁ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here