ମନ୍ତ୍ରୀ ଉଷା ଦେବୀ ମହୋଦୟଙ୍କ ଦ୍ବାରା ପାତ୍ରପୁର ମେଡ଼ିକାଲରେ ଏକ୍ସ-ରେ ମେସିନ ଉଦଘାଟିତ ।

0
468

ପାତ୍ରପୁର, ୧୨/୦୮/୨୦୨୨: ଗଞ୍ଜାମ ଜିଲ୍ଲା ପାତ୍ରପୁର ମେଡ଼ିକାଲରେ ଏକ୍ସ୍ରେ ମେସିନ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଙ୍କ ଦ୍ବାରା ଶୁକ୍ରବାର ଉଦଘାଟିତ ହୋଇଯାଇଛି । ପାତ୍ରପୁର ମେଡ଼ିକାଲରେ ଏକ୍ସ୍ରେ ମେସିନ ନଥିବାରୁ ରୋଗୀ ମାନେ ବାହାରେ ଏକ୍ସ ରେ କାଟୁଥିବା ଯୋଗୁଁ ବହୁ ଖର୍ଚ୍ଚାନ୍ତ ହେଉଥିବା ବେଳେ ଏକ୍ସ୍ରେ ମେସିନ କାର୍ଯ୍ୟକାରୀ କରିବା ପାଇଁ ସାଧାରଣରେ ଦାବି ହେଉଥିଲା । ଶୁକ୍ରବାର ମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ପରେ ଅଞ୍ଚଳବାସୀ ଙ୍କୁ ଆଉ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ଉଷା ଦେବୀ ପ୍ରକାଶ କରିଥିଲେ। ଏହି ମେସିନ ନୂତନ ଜ୍ଞାନ କୌଶଳ ରେ ନିର୍ମିତ ହେଇଥିବା ବେଳେ ଖାଲି ପଡ଼ିଥିବା ଟେକ୍ନିସିଆନ୍ ପଦବୀ ପୂରଣ ହେବା ପର୍ଯ୍ୟନ୍ତ ସକାଳ ୯ ଘଣ୍ଟା ଠାରୁ ଅପରାହ୍ନ ୩ଘଣ୍ଟା ପର୍ଯ୍ୟନ୍ତ ରୋଗୀ ମାନେ ଏହି ସେବା ପାଇ ପାରିବେ ବୋଲି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ସମ୍ବିତ ବେଗରାୟ ପ୍ରକାଶ କରିଛନ୍ତି । ସେହିପରି ମେଡ଼ିକାଲରେ ରହିଥିବା ଅନ୍ୟ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ସୂଚନା ଥାଉକି ଏନେଇ ଗତ ୫ତାରିଖରେ ପାତ୍ରପୁର ବ୍ଳକ ର କାର୍ଯ୍ୟରତ ସାମ୍ବାଦିକ ମାନେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡାଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here