ଶ୍ରୀ ଭରତ ପତି ମହାବିଦ୍ୟାଳୟ ରେ ୪୩ତମ ପ୍ରତିଷ୍ଠା ଦିବସ ପାଳିତ। ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଉଷା ଦେବୀ ଉପସ୍ଥିତ।

0
450

ପାତ୍ରପୁର, ୧୨/୦୮/୨୨ , ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ଅନ୍ତର୍ଗତ ଶ୍ରୀ ଭରତ ପତି ମହାବିଦ୍ୟାଳୟ ରେ ଶୁକ୍ରବାର ଦିନ ୪୩ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଚିକିଟି ନିର୍ବାଚନ ମଣ୍ଡଳୀ ବିଧାୟିକା ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମହୋଦୟ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅଧ୍ୟକ୍ଷ ମାନସ ରଞ୍ଜନ ଆଚାର୍ଯ୍ୟ ସଭାପତିତ୍ବ କରିଥିଲେ। ସମ୍ମାନୀତ ଅତିଥି ଭାବେ କଲେଜ ପ୍ରତିଷ୍ଠାତା ପରିବାର ସଦସ୍ୟ ଭାସ୍କର ପତି ଓ ଆଲୁମିନା ସଭାପତି ରାଧାନାଥ ପଣ୍ଡା ମଞ୍ଚାସିନ ଥିଲେ। ଅଧ୍ୟାପକ ଡଃ ଅଶୋକ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କ୍ରୀଡା ଶିକ୍ଷକ ସୁଧାକର ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ। ନିର୍ଦ୍ଦେଶକ ରାଜ ଗୋପାଳ ପାଢି ଙ୍କ ନିର୍ଦ୍ଦେଶିତ ନାଟକ ଶାପିତ ପୁତ୍ର କଲେଜ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମଞ୍ଚସ୍ଥ ହୋଇଥିବା ବେଳେ ଅନେକ ଛାତ୍ର ଛାତ୍ରୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ରେ କଲେଜ ର ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିବାବେଳେ ଶିକ୍ଷାବିତ୍ ଦିଲ୍ଲୀପ କୁମାର ପଣ୍ଡା ଓ ରାଜ ଗୋପାଳ ପାଢି ଙ୍କୁ ସମ୍ମାନିତ କରାଯାଇଥିଲା। ନାଟକ କାର୍ଯ୍ୟକ୍ରମ ରେ ନୀଳାଚଳ ପଟ୍ଟନାୟକ ଓ ମାଧବ ବାଡତ୍ୟା ଅଧ୍ୟାପକ ଶ୍ରୀନିବାସ ରାଓ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here