ସାନଖେମୁଣ୍ଡିରେ ବ୍ଲକ କଂଗ୍ରେସର ଗାନ୍ଧୀ ଜୟନ୍ତୀ ପାଳନ । ଗାନ୍ଧୀ ଛକରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କଲେ ବିଧାୟକ ରମେଶ ଜେନା ।

0
111

ବ୍ରହ୍ମପୁର , ୦୨/୧୦/୨୦୨୨ : ଅକ୍ଟୋବର ୨ ତାରିଖ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜନ୍ମଦିନକୁ ଭାରତ ଗାନ୍ଧୀ ଜୟନ୍ତୀ ଭାବେ ପାଳିତ କରୁଥିବା ଅବସରରେ ସାନଖେମୁଣ୍ଡି ବ୍ଲକ କଂଗ୍ରେସ ପକ୍ଷରୁ ଆଜି ପଟପୁରରେ ପାଳିତ ହୋଇଯାଇଅଛି । ବ୍ଲକ କଂଗ୍ରେସ ଅନୁଗତଙ୍କ ସହ ସାଂଗଠନିକ କର୍ମକର୍ତ୍ତାଙ୍କ ଗହଣରେ ସ୍ଥାନୀୟ କଂଗ୍ରେସ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା କାର୍ଯ୍ୟକ୍ରମରେ ଯୋଗଦେଇ ଗାନ୍ଧୀ ଛକ ସ୍ତିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଆୟୋଜିତ ସାଧାରଣ ବୈଠକରେ ଉପସ୍ଥିତ ଅନୁଗତଙ୍କୁ କଂଗ୍ରେସର ବିଚାରଧାରା ଏବଂ ଗାନ୍ଧିଜୀଙ୍କ ଗ୍ରାମ ସ୍ଵରାଜ୍ୟର ଅନୁଚିନ୍ତା ନେଇ ନିଜର ବକ୍ତବ୍ୟ ରଖିଥିଲେ । ଗାନ୍ଧିଜୀଙ୍କ ଆଦର୍ଶ ଏବଂ ସ୍ଵାଧୀନତା ଆନ୍ଦୋଳନର ମହତ୍ୱରେ କଂଗ୍ରେସର ଭୂମିକାକୁ ନେଇ କର୍ମୀ ସମୂହଙ୍କ ଏକାଗ୍ରତାକୁ ନେଇ ଉପସ୍ଥିତ କର୍ମୀଙ୍କୁ ଅନୁପ୍ରାଣିତ କରିଥିଲେ । ବ୍ଲକ୍ କଂଗ୍ରେସ ସଭାପତି ବାବୁଲା ଦୋରାଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାବେଶରେ ପୂର୍ବତନ ବ୍ଲକ ସଭାସତି ବାଉରୀ ବନ୍ଧୁ ପ୍ରଧାନ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକୋ ଚରଣ ପାତ୍ର , ଏ ଭାସ୍କର ରେଡ୍ଡୀ , ରଘୁନାଥ ବେହେରା , ମୁକୁନ୍ଦ ବରାଡ , ନିରାକାର ପ୍ରଧାନ ,ପ୍ରତାପ ପ୍ରଧାନ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।ଆୟୋଜିତ ଏହି କାର୍ଯ୍ୟକ୍ରମର ସ୍ଵତନ୍ତ୍ର ଆଲୋଚନାରେ ନିଷ୍କ୍ରିୟ ଥିବା ଯୁବ ସଂଗଠନର କ୍ରିୟାଶୀଳତାର ବିଚାରକୁ ନେଇ ବ୍ଲକ ଯୁବ କଂଗ୍ରେସର ପୁନର୍ଗଠନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ବୈଠକରେ ବ୍ଲକ ଯୁବ କଂଗ୍ରେସର ନୂତନ କର୍ମକର୍ତ୍ତା ଭାବେ ଅରୁଣ ଖୁଣ୍ଟିଆ ସଭାପତି , ମିଟୁ ଜେନା ଉପ ସଭାପତି , ଜିଣ୍ଟୁ ସାହୁ ସମ୍ପାଦକ , ସଞ୍ଜୟ ବିଷୋୟୀ କୋଷାଧ୍ୟକ୍ଷ ଏବଂ ଜୋନ ସମ୍ପାଦକ ଭାବେ ପ୍ରଭାକର ତ୍ରିପାଠୀଙ୍କୁ ମନୋନୀତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here