ଟୁଡ଼େସ ଟାଏକୋଣ୍ଡୋ ଏକାଡେମୀର ୨ୟ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ

0
102

ବ୍ରହ୍ମପୁର,୦୭/୧୦/୨୦୨୨: ସ୍ଥାନୀୟ ହାତୀବନ୍ଧ ସାହି ସ୍ଥିତ ବିନାୟକ ସେଲେବ୍ରେସନ ପରିସରରେ ଟୁଡ଼େସ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ୨ୟ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା ଭବନ ପରିସରରେ ଥିବା ଏକାଡେମୀର ତାଲିମ କେନ୍ଦ୍ରରେ ଆୟୋଜିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ୧୨୦ ଜଣ ପ୍ରଶିକ୍ଷାର୍ଥୀ ଏହି ଆନ୍ତଃ ଜିଲ୍ଲା ସ୍ତରୀୟ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ଯରେ ୬ ଜଣ ବ୍ଲାକ ବେଲ୍ଟ ପରୀକ୍ଷାର୍ଥୀ ଥିବା ଏକାଡେମୀର ପ୍ରଶିକ୍ଷକ ତଥା ଓଡିଶା ଟାଏକୋଣ୍ଡୋ ସଂଘର ରାଜ୍ଯ ସହ ସମ୍ପାଦକ କେ ମନୋଜ ପ୍ରଧାନ ସୂଚନା ଦେଇଛନ୍ତି। ୬ଷ୍ଠ ଡାନ ବ୍ଲାକ ବେଲ୍ଟ ଧାରୀ ଆନ୍ତର୍ଜାତିକ କୋଚ ତଥା ଓଡିଶା ଟାଏକୋଣ୍ଡୋ ସମ୍ପାଦକ ମନମୋହନ ଭଞ୍ଜ ପ୍ରତିଯୋଗିତାରେ ପରୀକ୍ଷକ ଭାବେ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କ ପ୍ରାକ୍ଟିକାଲ ଓ ଥିଓରି ପରୀକ୍ଷା କରିବା ସହ କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବେ ଯୋଗ ଦେଇ ଥିଲେ। ବ୍ରହ୍ମପୁରର ଜାଗୁଆର ଏକାଡେମୀର ୨୨ ଜଣ, ହିଞ୍ଜିଳିର ୨୩ ଜଣ, ବଡମାଧପୁରର ଗଞ୍ଜାମ ଏକାଡେମୀର ୩୧ ଜଣ, ପୁରୁଷୋତ୍ତମପୁର ଟାଏକୋଣ୍ଡୋ ଏକାଡେମୀର ୨୨ ଜଣ, ଛତ୍ରପୁରର କେଏମପି ସ୍ପୋର୍ଟସ ଏକାଡେମୀର ୯ ଜଣ, ଦିଗପହଣ୍ଡିର ୩ଜଣ, ଗଞ୍ଜାମର ହୋପ ଟାଏକୋଣ୍ଡୋ ଏକାଡେମୀର ୩ ଜଣ ଓ ଟୁଡ଼େସ ଟାଏକୋଣ୍ଡୋ ଏକାଡେମୀର ୭ ଜଣ ପ୍ରଶିକ୍ଷାର୍ଥୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବିନାୟକ ସେଲେବ୍ରେସନର ମୂଖ୍ଯ ରଶ୍ମିରଞ୍ଜନ ଦାଶ, ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀର ସଭାପତି ଅରୁଣ ରାଉଳ ସମ୍ମାନିତ ଅତିଥି ଯୋଗ ଦେଇଥିଲେ। ଟାଏକୋଣ୍ଡୋ କୋଚବୃନ୍ଦ ଇ ଲଳିତ କୁମାର, ଅମ୍ବିକା ପ୍ରସାଦ ଦାସ, ସି ଏଚ ପ୍ରସାଦ ନାୟକ, ବାସୁଦେବ ନାୟକ, ଶୁଭଶ୍ରୀ ପାଢୀ, ପି ଅଭିମନ୍ୟୁ ରେଡ୍ଡୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here