କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଡେଲୋଏଟର ଗ୍ଲୋବାଲ ସିଇଓ ●କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ ଭୁବନେଶ୍ବରରେ ଖୋଲିବ ଡେଲୋଏଟର ବୃହତ ଟେକ୍ନୋଲୋଜି ସେଣ୍ଟର

0
142

ନୂଆଦିଲ୍ଲୀ/ଭୁବନେଶ୍ବର,୦୭/୧୦/୨୦୨୨: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର

ପ୍ରଧାନଙ୍କ ଅନୁରୋଧ କ୍ରମେ ବିଶ୍ବର ପ୍ରତିଷ୍ଠିତ ଆଇଟି କମ୍ପାନୀ ଡେଲୋଏଟ ଭୁବନେଶ୍ବରରେ ବୃହତ
ଟେକ୍ନୋଲୋଜି ସେଣ୍ଟର ଖୋଲିବାକୁ ଯାଉଛି । ଏହି କ୍ରମରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ
ଡେଲୋଏଟର ଗ୍ଲୋବାଲ ସିଇଓ ପୁନିତ ରେନଜେନ ସାକ୍ଷାତ୍‌ କରିଛନ୍ତି । ସାକ୍ଷାତ୍‌ କାଳରେ କେନ୍ଦ୍ରମନ୍ତ୍ରୀଙ୍କ ପୂର୍ବ ଅନୁରୋଧକୁ ରକ୍ଷା କରି ଡେଲୋଏଟ ଭୁବନେଶ୍ବର ଓ କୋଏମ୍ବାଟୁର ଠାରେ ଏକ ବୃହତ ଟେକ୍ନୋଲୋଜି ସେଣ୍ଟର
ଆରମ୍ଭ କରିବା ପାଇଁ ଯାଉଥିବାରୁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିବା ସହ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଡେଲୋଏଟର ଏହି ପଦକ୍ଷେପ ଯୁବବର୍ଗଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବା ସହ ପ୍ରଯୁକ୍ତିବିଦ୍ୟା ଓ ଦକ୍ଷତା ବିକାଶର ଇକୋସିଷ୍ଟମକୁ ସୁଦୃଢ଼ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।ଏହି ଅବସରରେ ଡେଲୋଏଟର ଗ୍ଲୋବାଲ ସିଇଓ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ମଧ୍ୟରେ ଭାରତରେ ଥିବା ଅମାପ ପ୍ରତିଭାର ସମ୍ପୂର୍ଣ୍ଣ ଉପଯୋଗ କରିବା ଉପରେ ଆଲୋଚନା ହୋଇଥିଲା । ସେହିପରି ଗ୍ରାମାଞ୍ଚଳରେ ଥିବା ଯୁବପିଢିଙ୍କ ପାଇଁ ସୁଯୋଗ ତିଆରି କରିବା ଏବଂ ଡିଜିଟାଲ ଅର୍ଥନୀତିରେ ଦେଶ ଦ୍ରୁତ ଗତିରେ ଅଗ୍ରସର ହେବା ଦିଗରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ଭାରତ ପ୍ରତି ପୁନିତି ରେନଜେନଙ୍କ ପ୍ରତିବଦ୍ଧତା ଏବଂ ଭାରତରେ ଥିବା ସମ୍ଭାବନା ତଥା ପ୍ରତିଭାଙ୍କୁ ଅନ୍ଵେଷଣ କରିବାରେ ଡେଲୋଏଟର ପଦକ୍ଷେପ ପ୍ରଶଂସନୀୟ ବୋଲି ଶ୍ରୀ ପ୍ରଧାନ
ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here