ସାନଖେମୁଣ୍ଡି ଯୁବ କଂଗ୍ରେସର କ୍ରାନ୍ତି ସମାବେଶ ଆୟୋଜିତ

0
112

ବ୍ରହ୍ମପୁର,୨୦/୧୦/୨୦୨୨ : ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଗତକାଲି କୁକୁଡ଼ାଖଣ୍ଡି ନିକଟ ବଉଳଝୋଳି ସ୍ଥିତ ବିଧାୟକଙ୍କ ଫାର୍ମ ହାଉସରେ ଯୁବ କଂଗ୍ରେସ ସୌଜନ୍ୟରୁ ଏକ ଯୁବକ୍ରାନ୍ତି ସମାବେଶ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୁଇ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀଙ୍କ ସହ ଅଞ୍ଚଳ ଛାମୁଆ ନେତା , ସଂଗଠକ ପ୍ରମୁଖ ସମାବେଶରେ ଯୋଗଦେଇ ଆଗାମୀ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ସହ ସାନଖେମୁଣ୍ଡି ବ୍ଲକ୍ରେ ହେବାକୁ ଥିବା କଂଗ୍ରେସର ଭାରତ ଯୋଡ଼ କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ଆଲୋଚନା କରାଯାଇଥିଲା । ଆୟୋଜିତ ଏହି ସମାବେଶ ଅବସରରେ ସାନଖେମୁଣ୍ଡି ବ୍ଲକ୍ କଂଗ୍ରେସ ସଭାପତି ଏ.ବାବୁଲା ଦୋରା , ଜିଲ୍ଲା ଯୁବ କଂଗ୍ରେସ ସଭାପତି ସନାତନ ସାହୁ , ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ , ଜିଲ୍ଲା କଂଗ୍ରେସ ସମ୍ପାଦକ ତଥା ପିସିସି ସଭ୍ୟ ଅରବିନ୍ଦ ନାୟକ , ଛତ୍ରପୁର ବ୍ଲକ୍ କଂଗ୍ରେସ ସଭାପତି ଅବନୀ ଶତପଥୀ , ପାଟପୁର ସରପଞ୍ଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ , ସାନଖେମୁଣ୍ଡି ଯୁବ କଂଗ୍ରେସ ସଭାପତି ଅରୁଣ ଖୁଣ୍ଟିଆ ଏବଂ ଛାତ୍ର କଂଗ୍ରେସ ସଭାପତି ରାଜା ପ୍ରଧାନ , କଉଡ଼ିଆ ସରପଞ୍ଚ ପ୍ରତିନିଧି ରୋହିତ ଖୁଣ୍ଟିଆ , ଜିଉରା ସମିତି ସଭ୍ୟ ପ୍ରତିନିଧି ନୀଳ ସେଠୀ , ଗଙ୍ଗାପୁର ସରପଞ୍ଚ ପ୍ରତିନିଧି ମିଥୁନ ସେଠୀ ଓ ସମିତି ସଭ୍ୟ ବୁଲୁ ସେଠୀ , ଏସ.ଗୋପାଳପୁର ସମିତି ସଭ୍ୟ ନାରାୟଣ ପ୍ରଧାନ , କଲରାପଦର ସରପଂଚ ପ୍ରତିନିଧି ସଞ୍ଜୟ ଦୋରା , ମୌଳାଭଞ୍ଜା ସରପଞ୍ଚ ପ୍ରତିନିଧି ପିଣ୍ଟୁ ସେଠୀ ଓ ସମିତି ସଭ୍ୟ ଶରତ ସ୍ୱାଇଁ , ଖଲିଙ୍ଗି ସରପଞ୍ଚ ଅର୍ଣ୍ଣବ ନାୟକ , ଗୌତମୀ ପୂର୍ବତନ ସରପଞ୍ଚ ସୁଶାନ୍ତ ସ୍ୱାଇଁ , ଏସ.ଗୋପାଳପୁର ପୂର୍ବତନ ସରପଞ୍ଚ ନିରାକାର ପ୍ରଧାନ , ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ଭାସ୍କର ରେଡ୍ଡୀଙ୍କ ସମେତ ଦୁଇ ହଜାରରୁ ଅଧିକ କଂଗ୍ରେସ କର୍ମୀ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here