କନିସି ତହସିଲଦାର ଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ବିଜେପି ପକ୍ଷରୁ ତହସିଲ କାର୍ଯ୍ୟାଳୟ ରେ ବିକ୍ଷୋଭ

0
147

ବ୍ରହ୍ମପୁର,୨୪/୧୧/୨୦୨୨:କନିସି ତହସିଲଦାର ଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ତହସିଲ କାର୍ଯ୍ୟାଳୟ ରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତହସିଲଦାର ଙ୍କୁ ଅଟକ ରଖାଯାଇଥିଲା।ଉଲ୍ଲେଖଯୋଗ୍ୟ ଯେ,କନିସି ତହସିଲ ଅନ୍ତର୍ଗତ କନିସି ହାଟ ତୁଳୁ ରୋଡ଼ ରେ ସରକାରୀ ଜମି ଜବରଦଖଲ କରି ଗୃହ ନିର୍ମାଣ କରି ଦୀର୍ଘବର୍ଷ ଧରି ସ୍ଥାନୀୟ ଲୋକେ ଦୋକାନ ବଜାର କରି ରହୁଛନ୍ତି। ଏହା ନେଇ ଗତ ୨୩ତାରିଖ ରେ କନିସି ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ ଜବର ଦଖଲ ଉଚ୍ଛେଦ ପାଇଁ ଗୃହ ନିର୍ମାଣ କରିଥିବା ଲୋକଙ୍କୁ ନୋଟିସ ଜାରି କରାଯାଇଥିଲା। ଆଜି ପର୍ଯ୍ୟନ୍ତ କାହିଁକି ଜବରଦଖଲ ଉଚ୍ଛେଦ ହୋଇନାହିଁ ବୋଲି ଆଜି ପ୍ରଶ୍ନ କରାଯାଇଥିଲା। ଏହା ନେଇ ତହସିଲଦାର ବ୍ୟବହାର ଖରାପ କରି କଥାବାର୍ତ୍ତା ହେବା ପରେ ଆଜି ସକାଳୁ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା ତହସିଲଦାର ପ୍ରଳୟାନନ୍ଦ ଶତପଥୀ ଙ୍କୁ ଅଞ୍ଚଳରେ ବାଲି,ମୋରମ ମାଫିଆ ମାନଙ୍କ ରାଜ, ତହସିଲ ଅଧିନରେ ଥିବା ଜମିପଟ୍ଟା ବଣ୍ଟନ ଅହେତୁକ ବିଳମ୍ବ, ବ୍ୟାପକ ଲାଞ୍ଚ କାରବାର , ନିରୀହ ଟ୍ରାକ୍ଟର ଚାଳକ ମାନଙ୍କୁ ତହସିଲଦାର ମାଡ଼ ମାରିବା, ଏହା ନେଇ କଥାବାର୍ତ୍ତା ହୋଇ ଥିଲେ ତହସିଲଦାର ବ୍ୟବହାର ଖରାପ କରି କଥାବାର୍ତ୍ତା ହୋଇଥିଲେ। ଏହାର ପ୍ରତିବାଦ ନେଇ ବିଜେପି ପକ୍ଷରୁ ବିଭୂତିଭୂଷଣ ଜେନା ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ତହସିଲଦାର ଙ୍କ ଗାଡ଼ିକୁ ଅଟକାଇ ନାରାବାଜି ଦେଇଥିଲେ। ଘଟଣା ସ୍ଥଳରେ ଥାନା ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚା ସଂପାଦକ ରାଜେଶ ସାହୁ, ଓବିସି ଜିଲ୍ଲା ବିଜେପି ସମ୍ପାଦକ ସୁନିଲ କୁମାର ପାତ୍ର ଶୁଭାଶିଷ ସାହୁ, ରଜତ ପଣ୍ଡିତ, ଗଙ୍ଗାଧର ଶତପଥୀ, ସନତ ନାୟକ, ଜଗମୋହନ ପାତ୍ର ଙ୍କ ସହ ଶତାଧିକ କର୍ମୀ ତହସିଲଦାର ଙ୍କ ଗାଡ଼ିକୁ ଅଟକାଇ ହୋ ହାଲ୍ଲା କରି ତହସିଲ କାର୍ଯ୍ୟାଳୟରେ ଧସେଇ ପଶିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଦୁଇ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିଲା। ତହସିଲଦାର ଙ୍କ ଦୁର୍ବ୍ୟବହାର କୁ ବିଜେପି ଜିଲ୍ଲା ସଭାପତି ବିଭୂତି ଜେନା ଗୋଳନ୍ଥରା ଥାନା ରେ ମଧ୍ୟ ଅଭିଯୋଗ କରିଛନ୍ତି। ଦୀର୍ଘ ୫ଘଣ୍ଟା ଧାରଣା ପରେ ଆପୋଷ ବୁଝାମଣା ହୋଇ ପାରି ନ ଥିଲା। ପରିଶେଷରେ ତହସିଲଦାର, ସଦର ଏସଡିପିଓ ଶିବଶଙ୍କର ମହାପାତ୍ର, ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଙ୍କୁ ଭିତରେ ରଖି ବିଜେପି କର୍ମୀ ମୁଖ୍ୟ ଫାଟକ ପରେ ଗେଟ୍ ବନ୍ଦ କରି ତାଲା ପକାଇ ଥିଲେ। ଏହି ଘଟଣାକୁ ନେଇ ତହସିଲଦାର ଙ୍କୁ ପଚାରିବାରୁ କୌଣସି ଉତ୍ତର ମିଳି ନ ଥିଲା।ଏହା ନେଇ ଥାନାରେ ଧମକ, ତାଲା ପକାଇ ଅଟକ ରଖିବା ନେଇ ଏକ ମାମଲା ରୁଜୁ କରାଯାଇ ଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ କହିଛନ୍ତି।

LEAVE A REPLY

Please enter your comment!
Please enter your name here