ଚିକିଟି ମହାବିଦ୍ୟାଳୟକୁ ଦିବାକର ପଟ୍ଟନାୟକଙ୍କ ନାମରେ ନାମିତ ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

0
215

ଚିକିଟି: ଚିକିଟି ମହାବିଦ୍ୟାଳୟକୁ ତ୍ୟାଗବୀର ଦିବାକର ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଏହି ମର୍ମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଡାକ ଯୋଗେ ପ୍ରଦାନ କରାଯାଇଛି। ବିଜୟ କୁମାର ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ସ୍ମାରକ ପତ୍ରରେ ଉଲ୍ଲେଖ କରିଛନ୍ତି, ଚିକିଟି ଗଡ଼ର ମୂଳ ବାସିନ୍ଦା ତଥା ତ୍ୟାଗୀବୀର ସ୍ୱାଧୀନତା ସଂଗ୍ରାମୀ ଦିବାକର ପଟ୍ଟନାୟକ ୧୮୯୯ ମସିହାରେ ଜନ୍ମ ଗ୍ରହଣ କରି ଦେଶ ମାତୃକା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ସେ ବିଧାୟକ ଏବଂ ସାଂସଦ ହୋଇ ଜନ ସେବାରେ ବ୍ରତୀ ଥିଲେ। ଗାନ୍ଧୀ, ନେହେରୁ, ସୁଭାଷଙ୍କ ସହ କାରାବରଣ କରିଥିବା ସହ ଆଜାଦ ହିନ୍ଦ ଫୌଜର ଉପ ସଭାପତି ମଧ୍ୟ ରହିଥିଲେ। ସେ ଦେଶ ପାଇଁ ଚିର ବ୍ରତ ଗ୍ରହଣ କରିଥିଲେ ସୁଦ୍ଧା ସ୍ଥାନୀୟ ଅଂଚଳରେ ତାଙ୍କର କୌଣସି ସ୍ମୃତି ନାହିଁ। ତେଣୁ ବର୍ତମାନ ସ୍ୱାଧୀନତାର ଅମୃତ ମହୋତ୍ସବ, ୭୫ ବର୍ଷ ପାଳନ ଅବସରରେ ଚିକିଟି ମହାବିଦ୍ୟାଳୟ ଏବଂ ଚିକିଟି ଗୁରୁ ତାଲିମ କେନ୍ଦ୍ରକୁ ଦିବାକର ପଟ୍ଟନାୟକଙ୍କ ନାମରେ ନାମିତ କରିବା ପାଇଁ ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି। ଏପରି ଉଦ୍ୟମକୁ ଅଞ୍ଚଳରେ ପ୍ରଶଂସା କରାଯିବା ସହ ଦୃଢ଼ ସମର୍ଥନ କରାଯାଇଛି।

LEAVE A REPLY

Please enter your comment!
Please enter your name here