ଡେଙ୍ଗାଡିରେ ଅଘଟଣ : ପୋଖରୀରେ ବୁଡି ତିନି ବର୍ଷର ଶିଶୁପୁତ୍ର ମୃତ ।

0
146

ସାନଖେମୁଣ୍ଡି , ୨୬/୧୧/୨୦୨୨: ପାଟପୁର ଥାନା ଡେଙ୍ଗାଡି ଗ୍ରାମରେ ଏକ ଅଘଟଣ ପ୍ରକାରେ ଗ୍ରାମରେ ଥିବା ପୁରୁଣା ବନ୍ଧରେ ଖସି ଏକ ନିରୀହ ତିନି ବର୍ଷୀୟ ଶିଶୁର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହି ପ୍ରୁନା ବନ୍ଧ ସାହିରେ ରହୁଥିବା ରଞ୍ଜନ ସାହୁଙ୍କ ତିନି ବର୍ଷର ପୁଅ ଗଣେଶ ଆଜି ସକାଳୁ କୌଣସି କାରଣରୁ ବନ୍ଧକୁ ଖସିଥିଲା । ପାଣିରେ ବୁଡ଼ି ଥିବା କିଏବି ଦେଖିନଥିଲେ । ଛୁଆ ଘରେ ନଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଦୁଇଘଣ୍ଟା ଖୋଜିଲା ପରେ ବନ୍ଧ ପାଣିରେ ଶିଶୁ ଭାସୁଥିବା ଦେଖାଯାଇଥିଲା । ଗ୍ରାମ ଲୋକେ ଶିଶୁକୁ ଉଦ୍ଧାର କରି ସ୍ଥାନୀୟ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଚିକିତ୍ସାରେ ଥିବା ଡ଼ାକ୍ତର ଗଣେଶକୁ ମୃତ ଘୋଷଣା କରିଥିଲେ ।ଏବଂ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡ଼ିକାଲ ପଠାଇଥିବା ସୂଚନା ରହିଅଛି ।

LEAVE A REPLY

Please enter your comment!
Please enter your name here