ଖଲିଙ୍ଗିରେ ଅଜଣା ଜନ୍ତୁ ଆକ୍ରମଣରେ କୋଡିଏ ଛେଳି ମୃତ୍ୟୁ : ବନ ବିଭାଗର ଛାନଭିନ୍ ଜାରୀ

0
139

ବ୍ରହ୍ମପୁର , ୨୬/୧୧/୨୦୨୨:
ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ଗ୍ରାମର ଦାସ ଗୌଡ଼ଙ୍କ ଗୁହାଳରେ ରଖିଥିବା ଛେଳିକୁ ଗତ ବିଳମ୍ବିତ ରାତିରେ କୌଣସି ଅଜଣା ଜନ୍ତୁ ଆକ୍ରମଣ କରିଥିବା ଜଣାଯାଇଛି । ଅଜଣା ଜନ୍ତୁର ଆକ୍ରମଣରେ ୧୫ ଛେଳି ମୂର୍ମୂଷ୍ ଅବସ୍ଥାକୁ ଆସିଥିବା ବେଳେ ୫ ଗୋଟି ଛେଳିକୁ ଟେକି ନେଇ ଯାଇଥିବା ଦାସ ଗୌଡ଼ ଜଣାଇଛନ୍ତି । ଅନ୍ୟ କ୍ରମରେ ଅଞ୍ଚଳରେ ଥିବା ଧାନ ଫସଲ ଖାଇବା ଆଶାରେ ପ୍ରବଳ ସଂଖ୍ୟାରେ ବାରହା ବୁକୁଥିବାରୁ ଏଭଳି ଆକ୍ରମଣ ହୋଇଥିବା ସାଧାରଣରେ ଆଲୋଚନା ହେଉଛି । ଘଟଣାର ସୂଚନା ପାଇ ସ୍ଥାନୀୟ ବନ ବିଭାଗ କର୍ମଚାରୀ ଏବଂ ପ୍ରାଣୀ ଚିକିତ୍ସକ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଜାରୀ ରଖିଥିବା ଜଣାଯାଇଅଛି । ସଂପ୍ରତି ଲଗାତାର ଭାବରେ ଖଲିଙ୍ଗି ଅଂଚଳରେ ଗୃହ ପାଳିତ ପଶୁ ଗାଈ ବଳଦକୁ ଲିଂଫି ଭାଇରସ ସଂକ୍ରମଣ ଜନିତ ରୋଗ କବଳିତ କରୁଥିବାରୁ ବିଭାଗୀୟ ପଦକ୍ଷେପ ପାଇଁ ସାଧାରଣରେ ଦାବି ହେଉଅଛି ।

LEAVE A REPLY

Please enter your comment!
Please enter your name here