ସୁମଣ୍ଡଳ ଠାରେ ସମ୍ବିଧାନ ଦିବସ ପାଳିତ

0
138

ବ୍ରହ୍ମପୁର,୨୬/୧୧/୨୦୨୨ (ଟୁକୁନା ପ୍ରଧାନ) ସମ୍ବିଧାନ ପ୍ରଣେତା ଡ. ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଦିନକୁ ସମ୍ବିଧାନ ଦିବସ ଭାବେ ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି । ସେହିପରି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।
ସରପଞ୍ଚ ଶିବ ଶଙ୍କର ବାରିକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ରେ ଅତିଥିଭାବେ ଶିକ୍ଷକ ରବିନ୍ଦ୍ରନାଥ ପଣ୍ଡା, କାର୍ତ୍ତିକ ଚନ୍ଦ୍ର ଡାକୁଆ, ସମାଜସେବୀ ପ୍ରକାଶ ଚନ୍ଦ୍ର ପାଣ୍ଡି, ସୁଶୀଲ କୁମାର ବିଶ୍ଵାଳ , ଜିଆରଏସ୍ ସୀତାରାମ ପଟ୍ଟନାୟକ ସମେତ ଏମ୍ ବି କେ ଏବଂ ମହିଳା ସଂଘର କର୍ମକର୍ତ୍ତା ସମେତ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ବିଧାନ ପ୍ରଣେତା ଡ. ବାବାସାହେବ ଭିମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ସମସ୍ତେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏଥିସହ ବରିଷ୍ଠ ଶିକ୍ଷକ ଏହି ଦିବସ ପାଳନ ଉପରେ ବକ୍ତବ୍ୟ ରଖିଥିଲେ । ସମ୍ବିଧାନ ସଚେତନ ଉଦ୍ଦେଶ୍ୟରେ ଆଲୋଚନା କରାଯାଇଥିଲା। ଛାତ୍ରଚ୍ଛାତ୍ରୀ ମାନଙ୍କ ଦ୍ବାରା ବକୃତା ପ୍ରତିଯୋଗିତା ହୋଇଥିବା ବେଳେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here