ଦେଶବ୍ୟାପୀ ବଢ଼ିବାରେ ଲାଗିଛି ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ କ୍ରେଜ୍

0
177

ବ୍ରହ୍ମପୁର, ୨୯/୧୧/୨୦୨୨ : ଓଡ଼ିଶା ବିଧାନସଭାରେ ଗଞ୍ଜାମ ଜିଲ୍ଲାର ଏକମାତ୍ର କଂଗ୍ରେସ ବିଧାୟକ ତଥା ବର୍ତ୍ତମାନର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ଲୋକପ୍ରିୟତା ସମ୍ପ୍ରତି ଜାତୀୟ ସ୍ତରରେ ବଢ଼ିବାରେ ଲାଗିଛି । ଚଳିତ ବର୍ଷ ଡିସେମ୍ବର ମାସରେ ହେବାକୁ ଥିବା ଗୁଜୁରାଟ ନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ ସୁରାଟ ସହରରେ ଦଳ ପାଇଁ ପ୍ରଚାର କରିବାକୁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଦାୟିତ୍ଵ ବହନ କରି ଗୁଜରାଟରେ ରହୁଥିବା ଓଡ଼ିଆ ଜଣସାଧାରଣଙ୍କ ପାଖରେ ନିଜର ଦଳୀୟ ଉପସ୍ଥିତି ଜାହିର କରିଛନ୍ତି । ବିଭିନ୍ନ ସ୍ଥାନରେ ସଭାସମିତି , ରାଲି କରି ଆଗାମୀ ଦିନରେ ଗୁଜୁରାଟରେ କଂଗ୍ରେସ ସରକାର ଆଣିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ସୁରଟ ସହରରେ ଓଡ଼ିଶାର ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ଅଧିକ ଥିବାରୁ ସାନଖେମୁଣ୍ଡି ବିଧାୟକଙ୍କ ପ୍ରଚାର କାର୍ଯ୍ୟରେ ହଜାର ହଜାର ପ୍ରବାସୀ ଓଡ଼ିଆ ଯୋଗଦେଇଥିଲେ।ବିଧାୟକ ରମେଶ ଜେନାଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ , ପରୋପକାରୀ ମନୋଭାବ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ୮ ଦିନିଆ ଗୁଜୁରାଟ ଗସ୍ତକାଳରେ ଗୁଜୁରାଟରୁ ଆଗାମୀ ଦିନରେ ଓଡ଼ିଆ ପ୍ରବାସୀ ଭାଇମାନଙ୍କୁ ଘର ବାହୁଡ଼ା କରି ସେମାନଙ୍କୁ ଓଡ଼ିଶାରେ କେମିତି ଥଇଥାନ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ । ଗୁଜୁରାଟ ଗସ୍ତର ୮ମ ଦିନ ଶେଷ କରି ମୁମ୍ବାଇ ସହରରେ ଥିବା ମୁମ୍ୱାଇ ଉତ୍କଳ ଇଂରାଜୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରବାସୀ ଓଡ଼ିଆଙ୍କ ମନୋବଳ ଦୃଢ଼ କରିଥିଲେ । ତା ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ପାଇଁ ସୁନାମ ଅର୍ଜନ କରିବାକୁ ଉପଦେଶ ଦେଇଥିଲେ ।ସାନଖେମୁଣ୍ଡି ବିଧାୟକଙ୍କ କ୍ରେଜ ସମ୍ପ୍ରତି ସାରା ଦେଶରେ ଦିନକୁ ଦିନ ବଢ଼ିବା ସହ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦର ନେତା ହୋଇପାରିଛନ୍ତି ଯାହା ଗଞ୍ଜାମ ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇଅଛି ।

LEAVE A REPLY

Please enter your comment!
Please enter your name here