ନିଷ୍କ୍ରିୟ ଅବକାରୀ : ଅତର୍କିତ ମିଳିତ ଚଢ଼ାଉରେ ପାଟପୁର ଥାନା ଅଂଚଳରେ ୨୦ ଏକର ପରିମିତ ଅଞ୍ଚଳରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

0
148

ବ୍ରହ୍ମପୁର ,୩୦/୧୧/୨୦୨୨ : ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ଅଧୀନ ପାଟପୁର ଥାନା ଅଞ୍ଚଳର ଗଞ୍ଜାମ – ଗଜପତି ସୀମାନ୍ତ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରଲୋଭନରେ ପଟିଗୁଡ଼ା , ତପ୍ତପାଣି ଗୋବିନ୍ଦପୁର , ପଦ୍ମପୁର ,ଗଙ୍ଗାପୁର ଏସ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତରେ ବ୍ୟାପକ ଗଞ୍ଜେଇ ଚାଷ ହେଉଥିବା ସରକାରୀ ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚିତ କରାଯାଇଛି । ଏପରିକି , ଉଭୟ ଅବକାରୀ ଅଧିକ୍ଷକ , ଆରକ୍ଷୀ ଅଧିକ୍ଷକଙ୍କ ସହ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ମିଳିତ ବୈଠକରେ ଏ ନେଇ ଧରପାଗଡ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଧେଶ ରହୁଥିଲେ ମଧ୍ୟ ସ୍ଥାନୀୟ ଅବକାରୀ ଅଧିକାରୀଙ୍କ ନିଷ୍କ୍ରିୟତା କାରଣରୁ ପାଟପୁର ଥାନାର କିଛି ଅଞ୍ଚଳରେ ଗଞ୍ଜେଇ ବେପାରକୁ କୌଳିକ ବେପାର କରିଥିବା ଦେଖାଯାଉଛି । ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଧେଶ ପ୍ରକାରେ ପାଟପୁର ପୋଲିସ ପକ୍ଷରୁ ନିୟମିତ ଚଢାଉ ଏବଂ ଧରପଗଡ ମାଧ୍ୟମରେ ଚଢାଉ କରାଯାଉଥିଲେ ମଧ୍ୟ ଗଜପତି – ଗଞ୍ଜାମ ସୀମାନ୍ତ ଘଞ୍ଚ ଜଙ୍ଗଲର ଅଗମ୍ୟ ଉପତ୍ୟକାରେ ଗଞ୍ଜେଇ ଚାଷ ବେଧଡକ ଚାଲୁଥିବା ଦେଖିବାକୁ ମିଳୁଛି । ପରିଣାମ ସ୍ବରୂପ ଆଜି ଗଞ୍ଜାମ ଏସ ପି ଙ୍କ ନିର୍ଦ୍ଧେଶ କ୍ରମେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମାକାନ୍ତ ସିଂଙ୍କ ନେତୃତ୍ବରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ , ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଧାରାକୋଟ ଥାନା ଅଧିକାରୀ ମମତା ସାମନ୍ତରାୟ ପ୍ରମୁଖ ମାଜିଷ୍ଟ୍ରେଟ ଦାୟିତ୍ୱରେ ସାନଖେମୁଣ୍ଡି ତହସିଲଦାର ଡ଼ଃ ଶ୍ରୀନିବାସ ବେହେରାଙ୍କ ସହ ସ୍ଵତନ୍ତ୍ର ପୋଲିସ କର୍ମଚାରୀଙ୍କୁ ନେଇ ମିଳିତ ଚଢାଉ କରି ତପ୍ତପାଣି ଅଞ୍ଚଳର ବତାଗଡ଼ , ସୁବର୍ଣ୍ଣଗଡ଼ , ସୀତାପଲ୍ଲୀ , ଶବରପଲ୍ଲୀ ଓ ଦାମପୁର ଅଞ୍ଚଳର ପାହାଡ଼ ଘେରା ଅଗମ୍ୟ ଘଞ୍ଚ ଜଙ୍ଗଲ ଇଲାକାରେ କରାଯାଇଥିବା ବେ-ଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଛନ୍ତି । ମିଳିତ ଚଡାଉରେ ପ୍ରାୟ ୨୦ ଏକରରୁ ଅଧିକ ପରିମିତ ଅଞ୍ଚଳରେ କରାଯାଇଥିବା ଅମଳଯୋଗ୍ୟ ପ୍ରାୟ କୋଟିଏ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି । ପ୍ରାୟ ବର୍ଷ ପୋଲିସ ବିଭାଗ ଦ୍ଵାରା ସ୍ଥାନୀୟ ଅଧିବାସୀଙ୍କ ନିୟମିତ ଏଭଳି କରି କୋଟି କୋଟି ଟଙ୍କାର ବେ-ଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିଲେ ମଧ୍ୟ ସ୍ଥାନୀୟ ଗଞ୍ଜେଇ ଚାଷୀଙ୍କ ଠାରେ କୌଣସି ଫରକ ପଡୁନଥିବାରୂ ଏମାନଙ୍କୁ ପ୍ରୋତ୍ସାହିତ କରି ଗଞ୍ଜେଇ ବେପାରରେ ସଂଶ୍ଳିଷ୍ଟ କରୁଥିବା ତତ୍ୱଙ୍କ ନିକଟରେ ପୋଲିସର ପହଞ୍ଚକୁ ନେଇ ଅଞ୍ଚଳବାସୀ ଆଶାବାଦୀ ଥିବା ସାଧାରଣଙ୍କ ଠାରେ ପ୍ରତିକ୍ରିୟା ପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here