ପୋଡାମାରୀ କକେଜ ଛାତ୍ରୀ ଆତ୍ମ ସୁରକ୍ଷା କୌଶଳ ତାଲିମ୍ ଶିବିର ଉଦଯାପିତ

0
169

ବ୍ରହ୍ମପୁର , ୨୧/୦୧/୨୦୨୩: ସାନଖେମୁଣ୍ଡି ବ୍ଲକ୍ ପୋଡ଼ାମାରୀ ସ୍ଥିତ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୮ ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମ ସୁରକ୍ଷା କୌଶଳ ତାଲିମ୍ ଶିବିର ଗତକାଲି ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି । କଲେଜ ଅଧ୍ୟାପିକା ଶ୍ରୀମତୀ ଦମୟନ୍ତୀ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ତାଲିମ ଶିବିର ଉଦଯାପନୀ ଉତ୍ସବ ସମାରୋହରେ ଅଧ୍ୟକ୍ଷ ଈ. ପ୍ରଦୀପ କୁମାର ପାତ୍ର ପୌରହିତ୍ୟ କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ସଂଯୋଜକ ଡାକ୍ତର ଅମୃତ କୁମାର ସେଠୀ , ମୁଖ୍ୟ ଅତିଥି ଭାବେ ପୋଡ଼ାମାରୀ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ମିରାବାଇ ପଣ୍ଡା ଯୋଗଦେଇ ନିଜ ବକ୍ତବ୍ୟରେ ସାଂପ୍ରତିକ ସ୍ଥିତିରେ ପ୍ରତିକୁଳ ପରିସ୍ଥିତିରେ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ନେଇ ସେମାନଙ୍କ ଆତ୍ମବିଶ୍ଵାସକୁ ଗୁରୁତ୍ୱାରୋପ କରିଥିଲେ । ସାପ୍ରତିକ ଅବକ୍ଷୟମୁଖି ସଂସ୍କାର ସମାଜରେ ଛାତ୍ରୀ ଆତ୍ମ ସୁରକ୍ଷାର ଆବଶ୍ୟକତା ଓ ଉପାଦେୟତା ନେଇ ନିଜର ସୁବିଶୃତ ଅଭିବ୍ୟକ୍ତି ରଖିଥିଲେ । ଏବଂ ଏଥି ସମନ୍ଧିତ ସଙ୍ଗୀତ ଆବୃତ୍ତି କରି ଉପସ୍ଥିତ ଛାତ୍ରଛାତ୍ରୀ ଓ ଅତିଥି ମଣ୍ଡଳୀଙ୍କୁ ଅଭିଭୂତ କରିଥିଲେ । ଅଧ୍ୟାପକ ଶ୍ରୀ ସତ୍ୟ ଶରଣ ପାଠୀ , ଶ୍ରୀ ଆକୁଳ ସ୍ୱାଇଁ , ଶ୍ରୀ ପ୍ରଭୂଦତ୍ତ ବ୍ରହ୍ମା , ଅଧ୍ୟାପିକା ସୁମିତ୍ରା ଦେବୀ , ରଞ୍ଜିତା ପ୍ରଧାନ ପ୍ରମୁଖ ମଞ୍ଚାସିନ ରହି ନିଜନିଜ ବକ୍ତବ୍ୟରେ ଅଂଶଗ୍ରହଣ କରିଥିବା ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପକ ଶ୍ରୀ ଦୁର୍ଯୋଧନ ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here