ବ୍ରହ୍ମପୁର,୨୬/୦୧/୨୦୨୩:ଆଜି ୭୪ ତମ ସାଧାରଣତନ୍ତ୍ର ଦିବସ ଭାରତୀୟ ଜନତା ପାର୍ଟି ତରଫରୁ ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତି ନିକଟରେ ପାଳିତ ହୋଇଯାଇଛି । ଜାତିରପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସାମୁହିକ ଭାବେ କାର୍ଯ୍ୟକର୍ତା ମାନେ ଜାତୀୟ ସଂଗୀତ ଗାନ କରିଥିଲେ
। ବରିଷ୍ଠ ନେତା କାମନା ପାଢ଼ୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି ସମବେତ କାର୍ଯ୍ୟକର୍ତା ମାନଙ୍କ ପାଇଁ ଅଭିଭାଷଣ ରଖିଥିଲେ। ସ୍ବାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନ, ଅତୁଳନୀୟ ତ୍ୟାଗକୁ ମନେ ପକାଇବା ସହ ସମ୍ବିଧାନ ପ୍ରଣେତା ଡା.ଭିମାରାଓ ଅମ୍ବେଦକରଙ୍କ ସତ୍ୟନିଷ୍ଠ କର୍ତବ୍ୟପରାୟଣତା ଏବଂ ଆମ ସମ୍ବିଧାନର ମୂଲ୍ୟବୋଧ ଓ ସାର୍ବଭୌମ ଗଣତନ୍ତ୍ର ଉପରେ ଆଲୋକପାତ କରିଥିଲେ । ଏଥିରେ ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର, ସୁନିଲ କୁମାର ସାହୁ, ବାଳକୃଷ୍ଣ ସାମନ୍ତରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ, ଜିଲ୍ଲା ଓ.ବି.ସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସଂପାଦିକା ବବିତା ପାତ୍ର, କର୍ପୋରେଟର ଡି.କରୁଣାକର, ପ୍ରଦୀପ କୁମାର ଶତପଥୀ, ରଂଜିତା ବେହେରା, ସବିତା ସାହୁ, ମଣ୍ଡଳ
ସଭାପତି ଭାବଗ୍ରାହୀ ପାଳ, ଗୋପୀନାଥ ପଣ୍ଡା, ସରୋଜ ପାତ୍ର, କୃଷ୍ଣଚନ୍ଦ୍ର ଚୌଧୁରୀ, କେ. ଟୁଙ୍ଗୁରୁ ପାତ୍ର, ଅଭିମନ୍ୟୁ ସାହୁ, ଅନୁଜାନନ୍ଦ ବିଶ୍ବାଳ, ବର୍ଷା ବିଦ୍ୟୁଷ୍ମତା , ସବିତା ନାୟକ, ମନୋଜ ପାଢ଼ୀ, ଏସ. ଶ୍ରୀନିବାସ, ଡି. ଅନିଲ ରାଓ, ସୁମିତ ପାତ୍ର ,ଅରୁଣ ପାଣିଗ୍ରାହୀ, ଗୌରୀ ମହାନ୍ତି, ପ୍ରେମଶିଳା ନନ୍ଦ, ରବି ନାରାୟଣ ସାବତ, ଉପେନ୍ଦ୍ର ସେଠୀ, ପି. ରାଜେନ୍ଦ୍ର କୁମାର ପ୍ରମୁଖ ବିଜେପି କାର୍ଯ୍ୟକର୍ତା ଯୋଗଦେଇଥିଲେ।