“ବିଜୁ କନ୍ଯା ରତ୍ନ” ଓ “ମୋ ଗେହ୍ଲା ଝିଅ” କର୍ମଶାଳା

0
128

ବୁଗୁଡା, ୨୭/୦୨/୨୦୨୩: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପଞ୍ଚାୟତ ସମିତି ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ “ବିଜୁ କନ୍ଯା ରତ୍ନ” ଓ “ମୋ ଗେହ୍ଲା ଝିଅ” ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପ୍ରଶିକ୍ଷକ ଅମର କୁମାର ତ୍ରିପାଠୀ, ଜିଲ୍ଲା ସଂଯୋଜକ ଶିବ ପ୍ରସାଦ ରଥ, ଭଞ୍ଜନଗର ଏମ.ଭି.ଆଇ. ନେତ୍ରାନନ୍ଦ ମିଶ୍ର, ବୁଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଓ ଅତିରିକ୍ତ ଆଇଆଇସି ଶର୍ମିଷ୍ଠା ପ୍ରଧାନ, ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। ଏହି କର୍ମଶାଳାର ମୂଳ ଲକ୍ଷ ହେଲା, କନ୍ଯା ସନ୍ତାନକୁ ୧୮ ବର୍ଷ ପୂର୍ବରୁ ବିବାହ ନକରିବା, ଭୃଣ ଲିଙ୍ଗ ନିରୂପଣ କରି କନ୍ଯାଭୃଣ ନଷ୍ଟ ନକରିବା, କନ୍ଯା ସନ୍ତାନକୁ ପୁତ୍ର ସନ୍ତାନ ପ୍ରକାର ନାଳନପାଳନ ଓ ପାଠ ପଢ଼ାଇବା, କନ୍ଯା ସନ୍ତାନ ଜନ୍ମ ହେବା ପରେ ମୋ ଗେହ୍ଲା ଝିଅ ଯୋଜନା ମାଧ୍ୟମରେ କାର୍ଯ୍ୟକରିବା ଏବଂ ବିଜୁ କନ୍ୟା ରତ୍ନ ଯୋଜନାର ସୁଯୋଗ ନେବା ପାଇଁ ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ। ଏହି “ବିଜୁ କନ୍ଯା ରତ୍ନ” ଓ “ମୋ ଗେହ୍ଲା ଝିଅ” କର୍ମଶାଳାରେ ସମାଜସେବୀ କେ.ନୀଳମାଧବ ଆଚାରି, କେ.ତ୍ରିଲୋଚନ ଦୋରା, ସୁବ୍ରତ ରାଖଲ ଦାସ, ବିଚିତ୍ର ପାଣିଗ୍ରାହୀଙ୍କ ସମେତ ପଞ୍ଚାୟତ ସରପଞ୍ଚ ବୃନ୍ଦ, ସମିତି ମେମ୍ବର ବୃନ୍ଦ, ଅଙ୍ଗନବାଡ଼ି କର୍ମୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଞ୍ଚଳବାସୀ ଅଂଶଗ୍ରହଣ କରି ଶିଶୁ କନ୍ୟା ସୁରକ୍ଷା ପାଇଁ ଶପଥପାଠ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here