ବିଧାନସଭାରେ ବ୍ରହ୍ମପୁର ର ରିଂ ରୋଡ ନିର୍ମାଣ ନେଇ ପ୍ରଶ୍ନ ଉଠାଇଲେ ବିଧାୟକ ବିକ୍ରମ ପଣ୍ଡା

0
174

ବ୍ରହ୍ମପୁର,୧୩/୦୩/୨୦୨୩:ବ୍ରହ୍ମପୁର ସହରରେ ରିଂଙ୍ଗ ରୋଡ ନିର୍ମାଣ ସକାଶେ ଦୀର୍ଘ ଦିନ ଧରି ନିଷ୍ପତ୍ତି ହୋଇଥିଲେ ସୁଦ୍ଧା, ଜମି ଅଧିଗ୍ରହଣ ଓ ନିର୍ମାଣ କାର୍ଯ୍ୟର ମନ୍ଥରତାକୁ ନେଇ ବିଧାନ ସଭାରେ ବିଧାୟକ ବିକ୍ରମ ପଣ୍ଡା ପ୍ରଶ୍ନ କରିଛନ୍ତି । ବ୍ରହ୍ମପୁର ସହରରେ ରିଂଙ୍ଗ ରୋଡ ନିର୍ମାଣ ସକାଶେ ଦୀର୍ଘଦିନ ଧରି ନିଷ୍ପତ୍ତି ହୋଇଥିଲେ ସୁଦ୍ଧା, ଜମି ଅଧିଗ୍ରହଣ ଓ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ନେଇ ଆଜି ବିଧାନସଭାରେ ବ୍ରହ୍ମପୁର ବିଧାୟକ ଶ୍ରୀ ପଣ୍ଡା ପ୍ରଶ୍ନ ଉଠାଇବା ସହ ଏହି କାର୍ଯ୍ୟ ସମାପନ ନିମନ୍ତେ ସରକାର କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ନିର୍ମାଣ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ଯେ,୨୦୧୮-୧୯ ଆର୍ଥିକ ବର୍ଷରେ ବ୍ରହ୍ମପୁର ରିଂଙ୍ଗ ରୋଡ଼ ର ୭.୫୬୦ କି.ମି ରୁ ୧୨.୨୦୦ କି.ମି ଏବଂ ୧୩.୨୦୦ କି.ମି ରୁ ୧୩.୭୫୦ କି.ମି ଚାରି ଥାକିଆ ବିଶିଷ୍ଟ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ରତନପୁର ଠାରୁ ହଳଦିଆପଦର ୧୩.୭୫ କି.ମି. ଚଉଡ଼ା ରିଂଙ୍ଗ ନିର୍ମାଣ ପାଇଁ ଆବଶ୍ୟକ ପ୍ଲାନିଂ ମୁଖ୍ୟ ଯନ୍ତ୍ରୀଙ୍କ ଦ୍ବାରା ଅନୁମୋଦିତ ହୋଇଅଛି । ଜମି ଅଧିଗ୍ରହଣ ପ୍ରକ୍ରିୟା, ପ୍ରତ୍ୟକ୍ଷ କ୍ରୟ ଓ ଜମି ଅଧୂଗ୍ରହଣ ନିୟମ (RFCTLARR Act ୨୦୧୩) ମାଧ୍ୟମରେ ଗତିଶୀଳ ଅବସ୍ଥାରେ ଅଛି । ଏହି ପ୍ରକଳ୍ପରେ ମୋଟ ୧୬୭.୬୦୯ ଏକର ଜମିର ଅଧିଗ୍ରହଣର ଆବଶ୍ୟକତା ରହିଛି । ତନ୍ମଧ୍ୟରୁ ୬୦.୦୧୯ ଏକର ଜମି ବର୍ତ୍ତମାନ ସୁଦ୍ଧା ପ୍ରତ୍ୟକ୍ଷ କ୍ରୟ ମାଧ୍ୟମରେ ଅଧୁଗ୍ରହଣ କରାଯାଇଅଛି । ବାକି ୧୦୭.୫୯ ଏକର ଜମିର ଅଧିଗ୍ରହଣ ନିମନ୍ତେ ଅଧ୍ୟସୂଚନା ୧୧ (୧) ମାଧ୍ୟମରେ ସୂଚନା ପ୍ରକାଶିତ ହୋଇଅଛି ଓ ଏଥିପାଇଁ ୧୧୩.୪୯ କୋଟି ଟଙ୍କା ଜମି ଅଧଗ୍ରହଣ ଅଧିକାରୀଙ୍କ ପାଖରେ ଜମା କରାଯାଇଅଛି । ଜିଲ୍ଲା ପ୍ରଶାସନ ଦ୍ବାରା ଅଧୂସୂଚନା ୧୯ (୧) ର ପ୍ରକାଶନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଅଛି । ପ୍ରଥମ ପଦକ୍ଷେପରେ ୬୦ ମିଟର ଚଉଡ଼ା ରିଂଙ୍ଗର ଦୁଇପାର୍ଶ୍ଵ ରାସ୍ତାର ନିର୍ମାଣ ନିମନ୍ତେ ୧୭୩.୦୩ କୋଟି ଟଙ୍କାର ଆକଳନ ମୁଖ୍ୟ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ତର୍ଜମା ଚାଲୁ ରହିଅଛି । ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇ ଅଗଷ୍ଟ ମାସ ସୁଦ୍ଧା କାର୍ଯ୍ୟ ଆରମ୍ଭ କରାଯିବାର ଯୋଜନା ରହିଅଛି ।ସେହିଭଳି ରଘୁନାଥପୁର ଠାରୁ ରତନପୁର ପର୍ଯ୍ୟନ୍ତ ବାଇପାସ, ବ୍ରହ୍ମପୁର ସହରର ରିଂଙ୍ଗର ଏକ ଅଂଶ ଅଟେ । ଉକ୍ତ ବାଇପାସର ଲମ୍ବ ୧୩.୫୬୦ କି.ମି ଅଟେ ।ଏହି ପ୍ରକଳ୍ପଟି ଭାରତ ସରକାରଙ୍କ ପରିବହନ ଏବଂ ଗମନାଗମନ ମନ୍ତ୍ରାଳୟଙ୍କ ଦ୍ବାରା ୨୦୨୧ ମସିହା ମାର୍ଚ୍ଚ ମାସ ରେ ମଞ୍ଜୁର ପ୍ରାପ୍ତ ହୋଇଛି ।ଟେଣ୍ଡର ପ୍ରକ୍ରିୟା ପରେ, ଏହି କମିଟି କୁ ୨୦୨୧ ମସିହା ଡିସେମ୍ବର ମାସରେ ଠିକାଦାର କୁ ପ୍ରଦାନ କରାଯାଇଛି ।ବ୍ରହ୍ମପୁର ବାଇପାସ ଜାତୀୟ ରାଜପଥ-୫୯ ନିର୍ମାଣ ନିମନ୍ତେ ୧୯୫.୫୨(୯୦%) ଜମି ଅଧଗ୍ରହଣ ମିଳିସାରିଅଛି । ତେଣୁ ଠିକାଦାରଙ୍କୁ କାର୍ଯ୍ୟ କରିବା ନିମନ୍ତେ ଅନୁମତି ପ୍ରଦାନ କରାଯାଇଅଛି, ଅବଶିଷ୍ଟ ଅତିରିକ୍ତ ଜମି ୫.୫୪୫ ହେକ୍ଟର ଅଟକଳ ଜମି ଅଧିଗ୍ରହଣ ଅଧିକାରୀଙ୍କୁ ମଗାଯାଇଅଛି । ଏହି ପ୍ରକଳ୍ପ ଗତ ବର୍ଷ ମାର୍ଚ୍ଚ ରେ ଆରମ୍ଭ ହୋଇଅଛି ଏବଂ ଏହା ଆସନ୍ତା ବର୍ଷ ମାର୍ଚ୍ଚ ରେ ସମ୍ପୂର୍ଣ୍ଣ ହେବ । ଉପରୋକ୍ତ ବାଇପାସ କାର୍ଯ୍ୟକୁ ତ୍ବରାନିତ କରିବାକୁ ସମସ୍ତ ପ୍ରୟାସ କରାଯାଉଥିବା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି । ଆଜି ବିଧାନସଭାରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ପ୍ରଶ୍ନ ଉଠାଇବା ସହ ଏହି କାର୍ଯ୍ୟ ସମାପନ ନିମନ୍ତେ ସରକାର କେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ନିର୍ମାଣ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ଯେ,୨୦୧୮-୧୯ ଆର୍ଥିକ ବର୍ଷରେ ବ୍ରହ୍ମପୁର ରିଂଙ୍ଗ ର ୭.୫୬୦
କି.ମି ରୁ ୧୨.୨୦୦ କି.ମି ଏବଂ ୧୩.୨୦୦ କି.ମି ରୁ ୧୩.୭୫୦ କି.ମି ଚାରି ଥାକିଆ ବିଶିଷ୍ଟ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ରତନପୁର ଠାରୁ ହଳଦିଆପଦର ୧୩.୭୫ କି.ମି. ଚଉଡ଼ା ରିଂଙ୍ଗ ନିର୍ମାଣ ପାଇଁ ଆବଶ୍ୟକ ପ୍ଲାନିଂ ମୁଖ୍ୟ ଯନ୍ତ୍ରୀଙ୍କ ଦ୍ବାରା ଅନୁମୋଦିତ ହୋଇଅଛି । ଜମି ଅଧିଗ୍ରହଣ ପ୍ରକ୍ରିୟା, ପ୍ରତ୍ୟକ୍ଷ କ୍ରୟ ଓ ଜମି ଅଧୂଗ୍ରହଣ ନିୟମ (RFCTLARR Act ୨୦୧୩) ମାଧ୍ୟମରେ ପ୍ରଗତିଶୀଳ ଅବସ୍ଥାରେ ଅଛି । ଏହି ପ୍ରକଳ୍ପରେ ମୋଟ ୧୬୭.୬୦୯ ଏକର ଜମିର ଅଧ୍ୟଗ୍ରହଣ ଆବଶ୍ୟକତା ରହିଛି । ତନ୍ମଧ୍ୟରୁ ୬୦.୦୧୯ ଏକର ଜମି ବର୍ତ୍ତମାନ ସୁଦ୍ଧା ପ୍ରତ୍ୟକ୍ଷ କ୍ରୟ ମାଧ୍ୟମରେ ଅଧୁଗ୍ରହଣ କରାଯାଇଅଛି । ବାକି ୧୦୭.୫୯ ଏକର ଜମିର ଅଧିଗ୍ରହଣ ନିମନ୍ତେ ଅଧ୍ୟସୂଚନା ୧୧ (୧) ମାଧ୍ୟମରେ ସୂଚନା ପ୍ରକାଶିତ ହୋଇଅଛି ଓ ଏଥିପାଇଁ ୧୧୩.୪୯ କୋଟି ଟଙ୍କା ଜମି ଅଧଗ୍ରହଣ ଅଧିକାରୀଙ୍କ ପାଖରେ ଜମା କରାଯାଇଅଛି । ଜିଲ୍ଲା ପ୍ରଶାସନ ଦ୍ବାରା ଅଧୂସୂଚନା ୧୯ (୧) ର ପ୍ରକାଶନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଅଛି । ପ୍ରଥମ ପଦକ୍ଷେପରେ ୬୦ ମିଟର ଚଉଡ଼ା ରିଂଙ୍ଗ ର ଦୁଇପାର୍ଶ୍ଵ ରାସ୍ତାର ନିର୍ମାଣ ନିମନ୍ତେ ୧୭୩.୦୩ କୋଟି ଟଙ୍କାର ଆକଳନ ମୁଖ୍ୟ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ତର୍ଜମା ଚାଲୁ ରହିଅଛି । ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇ ଅଗଷ୍ଟ ମାସ ସୁଦ୍ଧା କାର୍ଯ୍ୟ ଆରମ୍ଭ କରାଯିବାର ଯୋଜନା ରହିଅଛି ।ସେହିଭଳି ରଘୁନାଥପୁର ଠାରୁ ରତନପୁର ପର୍ଯ୍ୟନ୍ତ ବାଇପାସ, ବ୍ରହ୍ମପୁର ସହରର ରିଂଙ୍ଗ ର ଏକ ଅଂଶ ଅଟେ । ଉକ୍ତ ବାଇପାସର ଲମ୍ବ ୧୩.୫୬୦ କି.ମି ଅଟେ ।ଏହି ପ୍ରକଳ୍ପଟି ଭାରତ ସରକାରଙ୍କ ପରିବହନ ଏବଂ ଗମନାଗମନ ମନ୍ତ୍ରାଳୟଙ୍କ ଦ୍ବାରା ୨୦୨୧ ମସିହା ମାର୍ଚ୍ଚ ମାସ ରେ ମଞ୍ଜୁର ପ୍ରାପ୍ତ ହୋଇଛି ।ଟେଣ୍ଡର ପ୍ରକ୍ରିୟା ପରେ, ଏହି କମିଟି କୁ ୨୦୨୧ ମସିହା ଡିସେମ୍ବର ମାସରେ ଠିକାଦାର କୁ ପ୍ରଦାନ କରାଯାଇଛି ।ବ୍ରହ୍ମପୁର ବାଇପାସ ଜାତୀୟ ରାଜପଥ-୫୯ ନିର୍ମାଣ ନିମନ୍ତେ ୧୯୫.୫୨(୯୦%) ଜମି ଅଧଗ୍ରହଣ ମିଳିସାରିଅଛି । ତେଣୁ ଠିକାଦାରଙ୍କୁ କାର୍ଯ୍ୟ କରିବା ନିମନ୍ତେ ଅନୁମତି ପ୍ରଦାନ କରାଯାଇଅଛି, ଅବଶିଷ୍ଟ ଅତିରିକ୍ତ ଜମି ୫.୫୪୫ ହେକ୍ଟର ଅଟକଳ ଜମି ଅଧିଗ୍ରହଣ ଅଧିକାରୀଙ୍କୁ ମଗାଯାଇଅଛି । ଏହି ପ୍ରକଳ୍ପ ଗତ ବର୍ଷ ମାର୍ଚ୍ଚ ରେ ଆରମ୍ଭ ହୋଇଅଛି ଏବଂ ଏହା ଆସନ୍ତା ବର୍ଷ ମାର୍ଚ୍ଚ ରେ ସମ୍ପୂର୍ଣ୍ଣ ହେବ । ଉପରୋକ୍ତ ବାଇପାସ କାର୍ଯ୍ୟକୁ ତ୍ବରାନିତ କରିବାକୁ ସମସ୍ତ ପ୍ରୟାସ କରାଯାଉଥିବା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here