ରାଷ୍ଟ୍ରୀୟ ସୟଂସେବକ ସଙ୍ଘ ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

0
187

ବ୍ରହ୍ମପୁର,୨୨/୦୩/୨୦୨୩:ଆଜି ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ରାଷ୍ଟ୍ରୀୟ ସୟଂସେବକ ସଙ୍ଘ ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଠିକ ସେହିଭଳି ଗୋସାଇଁ ନୁଆଁ ଗାଁ ସ୍ଥିତ କେ.ସି ହାଇସ୍କୁଲ ପଡିଆରେ ଚାଲୁଥିବା ବୀର ହନୁମାନ ପ୍ରଭାତ ଶାଖାରେ ରାଷ୍ଟ୍ରୀୟ ନବବର୍ଷ ପାଳନ ହୋଇଯାଇଛି, ପ୍ରଥମେ ଆଦ୍ୟ ସରସଙ୍ଘ ଚାଳକ ପ୍ରଣାମ ପରେ ରାଷ୍ଟ୍ରୀୟ ନବବର୍ଷ ଉପରେ ବକ୍ତା ମାନେ ବିଭିନ୍ନ ମନ୍ତବ୍ୟ ପ୍ରଦାନ କରିଥିଲେ। ବହୁ ଦିନର ପରାଧିନ ଭିତରେ ଜଜ୍ଜରିତ ଭାରତ ବର୍ଷର ହିନ୍ଦୁ ସମାଜ ନିଜର ସଂସ୍କୃତି, ପରମ୍ପରା ଭୁଲିଯାଇଛି, ହିନ୍ଦୁତ୍ୱର ବିଜୟ, ରାଷ୍ଟ୍ରର ଉତ୍ଥାନ ପରମ ବୈଭବ ଶାଳୀ ଭାରତ ବର୍ଷ ନିର୍ମାଣ ପାଇଁ ରାଷ୍ଟ୍ରୀୟ ସୟଂସେବକ ସଙ୍ଘ ଜାମ୍ଭବାନର କାମ କରୁଛି,ଏହି ଭଳି ମତ ପ୍ରକାଶ ପାଇଥିଲା।ସଙ୍ଘର ପତିଷ୍ଠାତା ଡ଼. ହେଡ଼ଗେୱାରଙ୍କ ଜନ୍ମତିଥି ହୋଇଥିବାରୁ ତାଙ୍କରି ଜନ୍ମବୃତାନ୍ତ ଚର୍ଚ୍ଚା ହୋଇଥିଲା, ଜିଲ୍ଲା ପ୍ରଚାରକ କେଦାର ଭାଇଙ୍କ ମାର୍ଗଦର୍ଶନରେ ଶାଖା କାର୍ଯ୍ୟବାହ ପିଣ୍ଟୁ ସାହୁର ସଂଯୋଜନା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଗବାନ ଚୌଧିରୀ, ପ୍ରଶାନ୍ତ ସାହୁ, ନୃସିଂହ ପାତ୍ର, ରବୀନ୍ଦ୍ର ଶତପଥୀ, ସୁନୀଲ ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତା, ଶତାଧିକ ସୟଂସେବକ ଏବଂ ବୁଦ୍ଧିଜୀବି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here