ମଥୁରାରେ ସମବାୟ ବ୍ୟାଙ୍କିଙ୍ଗି ସେବା ଓ ଋଣ କର୍ମଶାଳା

0
152

ପୋଲସରା,୨୩/୦୩/୨୦୨୩ : ପୋଲସରା ବ୍ଲକର ମଥୁରା ପଞ୍ଚାୟତ ବିଜୁ କଲ୍ୟାଣ ମଣ୍ଡପରେ ମଥୁରା ସେବା ସମବାୟ ସମିତି ସ୍ତରୀୟ ସମବାୟ ବ୍ୟାଙ୍କିଙ୍କ୍ ସେବା ଓ ଋଣ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମଥୁରା ସେବା ସମବାୟ ସମିତି ସଭାପତି ପ୍ରଦୀପ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କର ପୋଲସରା ନିର୍ଦ୍ଦେଶକ ରଂଜନ କୁମାର ସାହୁ, ମଥୁରା ମହନ୍ତ ଚରଣ ରାମଦାସଜୀ ମହାରାଜ, ପୋଲସରା ବ୍ଲକ୍ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ ,ବିକ୍ରମ କୁମାର ନାୟକ ଓ ଝୁନୁ ଦାସ, ସ୍ଥାନୀୟ ସରପଞ୍ଚ ସୁନୀତା ବେହେରା, ସମିତି ସଭ୍ୟା ମିନତୀ ପାତ୍ର, ମଧୁପଲ୍ଲୀ ସରପଞ୍ଚ ବସନ୍ତ କରଣ, ଜା-ଡେଙ୍ଗାପଦର ସରପଞ୍ଚ ପୀତାମ୍ବର ବେହେରା, ଆଇନଜୀବୀ ପବିତ୍ର କୁମାର ନାୟକ ଓ ପୋଲସରା ସମବାୟ ବ୍ୟାଙ୍କ ଉପ ଶାଖା ପରିଚାଳକ ମାନସ ରଞ୍ଜନ ପାତ୍ର ଯୋଗଦେଇଥିଲେ । ରାଜ୍ୟ ସରକାର ଭାଗଚାଷୀ ଓ ଭୂମିହୀନ ଚାଷୀ ମାନଙ୍କୁ ଋଣ ପ୍ରଦାନ, କ୍ଷୁଦ୍ର ଚାଷୀଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ବଡ ଚାଷୀଙ୍କୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁଇ ପ୍ରତିଶତ ସୁଧାରେ ଋଣ, ବଳରାମ ଯୋଜନାରେ ଗୃପ ମାଧ୍ୟମରେ ଭୂମିହୀନ ଚାଷୀଙ୍କୁ ଋଣ ପ୍ରଦାନ, କୃଷି ଉପକରଣ ଯନ୍ତ୍ରାଂଶ କ୍ରୟ ନିମନ୍ତେ ଗୃପ ଓ ବ୍ୟକ୍ତିଗତ ଋଣ ପ୍ରଦାନ, କୁକୁଡ଼ା ଓ ମାଛ ଚାଷ ପାଇଁ ଋଣ ବ୍ୟବସ୍ଥା ସମବାୟ ସମିତି ମାଧ୍ୟମରେ ସୁବିଧାରେ ମିଳିପାରିବ ବୋଲି ଚାଷୀ ମାନଙ୍କୁ ଅବଗତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ମିଳୁଥିବା ରିହାତି ବିଷୟରେ ମଧ୍ୟ ଆଲୋକପାତ କରାଯାଇଥିଲା। ବିଭିନ୍ନ ସେବା ସମବାୟ ସମିତିର ସମ୍ପାଦକ ବୃନ୍ଦ, ଡ଼ାଇରେକ୍ଟର ବୃନ୍ଦ ଓ ଚାଷୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here