ମେଟ୍ରୋ ରେଳ ପ୍ରକଳ୍ପ ଅନୁମୋଦନ ପ୍ରସଙ୍ଗ।।ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ରାଜ୍ୟବାସୀଙ୍କ ପାଇଁ ‘ଏପ୍ରିଲ ଫୁଲ୍’ ନୁହେଁ ତ ? : ଜୟ ନାରାୟଣ ମିଶ୍ର

0
182

ଭୁବନେଶ୍ୱର, ୦୧/୦୪/୨୦୨୩: ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶାରେ ମେଟ୍ରୋ ରେଳ ସେବା ପାଇଁ ଅନୁମୋଦନ ଦେଇଥିବାର ଘୋଷଣା କରିଛନ୍ତି । ଏହା ସ୍ୱାଗତଯୋଗ୍ୟ, କିନ୍ତୁ ଏହାର ବାସ୍ତବତାକୁ ନେଇ ସାଧାରଣରେ ବହୁ ପ୍ରଶ୍ନ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ଏହି ମେଟ୍ରୋ ରେଳ ପ୍ରକଳ୍ପର ଡିପିଆର୍ (ବିସ୍ତୃତ ପ୍ରକଳ୍ପ ରିପୋର୍ଟ), ଆର୍ଥିକ ବ୍ୟୟବରାଦ ଏବଂ ଅନ୍ୟାନ୍ୟ ଆନୁସାଙ୍ଗିକ ଆବଶ୍ୟକତା ପ୍ରସ୍ତୁତ ହୋଇଛି କି ? ଏହି ପ୍ରକଳ୍ପ ନିର୍ମାଣର ସଂପୂର୍ଣ୍ଣ ଖର୍ଚ୍ଚ କେବଳ ରାଜ୍ୟ ସରକାର ବହନ କରିବେ ନା କେନ୍ଦ୍ର ସରକାରଙ୍କ ଅଂଶ ରହିବ ? ଏହାର କୈାଣସି ସ୍ପଷ୍ଟତା ନଥିବା କାରଣରୁ ଓଡିଶାରେ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ରାଜ୍ୟବାସୀଙ୍କ ପାଇଁ ଏପ୍ରିଲ ଫୁଲ୍ ନୁହେଁ ତ ବୋଲି ବିରୋଧୀ ଦଳ ନେତା ଶ୍ରୀ ଜୟ ନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ।ଭୁବନେଶ୍ୱରରୁ କଟକ ଭିତରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଗତ ୨୦୧୮ ମସିହା ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ଦାବୀ କରିଥିଲେ । ଏପରିକି ଭୋଟ ହାତେଇବା ଉଦେ୍ଦଶ୍ୟରେ ସାଧାରଣ ନିର୍ବାଚନ ପୂର୍ବରୁ ଗତ ୨୦୧୯ ମସିହା ଏପ୍ରିଲ ୨୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମେଟ୍ରୋ ରେଳ ସେବା ଆରମ୍ଭ କରାଯିବ ବୋଲି ଟ୍ୱିଟ୍ ଜରିଆରେ ଘୋଷଣା ମଧ୍ୟ କରିଥିଲେ । ଆଗାମୀ ୨୦ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୨୦୪୧ ମସିହା ପର୍ଯ୍ୟନ୍ତ ରାଜ୍ୟରେ ମେଟ୍ରୋ ଟ୍ରେନର ଆବଶ୍ୟକତା ନଥିବାର ଗତ ୨୦୨୧ ମସିହା ମାର୍ଚ୍ଚ ୩୦ ତାରିଖରେ ତକ୍ରାଳୀନ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ବିଧାନସଭାରେ ବିବୃତି ଦେଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଆଜିର ଘୋଷଣା ବହୁ ସନେ୍ଦହ ସୃଷ୍ଟି କରୁଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।ଭୁବନେଶ୍ୱର – କଟକ ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ବିହୀତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଚିଠି ଲେଖି ଅନୁରୋଧ କରିଥିଲେ । ଏପରିକି ଏହି ପ୍ରସଙ୍ଗରେ ଶ୍ରୀମତୀ ଷଡଙ୍ଗୀ କେନ୍ଦ୍ର ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ହରଦିପ୍ ସିଂହ ପୁରୀଙ୍କୁ ଭେଟି ପ୍ରକଳ୍ପ ନିର୍ମାଣ ପାଇଁ ଅନୁରୋଧ କରିଥିଲେ । କେନ୍ଦ୍ରକୁ ଆଜି ପର୍ଯ୍ୟନ୍ତ ପ୍ରସ୍ତାବ ଦେଇନଥିବା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଆମ ସମସ୍ତଙ୍କୁ ଆଚମ୍ବିତ କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଏବଂ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here