” ଓଷ୍ଟା ” ଗଞ୍ଜମ ମଣ୍ଡଳ ପ୍ରାକ୍ତନ ସଭାପତି ପାଣ୍ଡବ ସ୍ବାଇଁଙ୍କ ପରଲୋକ

0
166

ବ୍ରହ୍ମପୁର ,୦୬/୦୬/୨୦୨୩ : ଓଷ୍ଟାର ଗଂଜାମ ମଣ୍ଡଳ ତତ୍କାଳୀନ ଅବିଭକ୍ତ ଗଂଜାମର ପୂର୍ବତନ ସଭାପତି ପାଣ୍ଡବ ସ୍ବାଇଁଙ୍କ ଗତ ୧ ତାରିଖ ଦିନ ବ୍ରହ୍ମପୁର ନୀଳକଣ୍ଠ ନଗରସ୍ଥିତ ତାଙ୍କର ଜ୍ଯେଷ୍ଠ ପୁତ୍ର ଶିଶିର କୁମାର ସ୍ବାଇଁଙ୍କ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।ମଧ୍ୟାହ୍ନ ଭୋଜନ ଗ୍ରହଣ କରିବା ପୂର୍ବରୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ସଙ୍ଗେ ସଙ୍ଗେ ତାଙ୍କର ଶ୍ବାସ କ୍ରିୟା ବନ୍ଦ ହୋଇ ଯାଇଥିଲା । ମରଶରୀରକୁ ତାଙ୍କ ଜନ୍ମଭୂମି ଗୌତମୀ ନିକଟସ୍ଥ ପଦ୍ମତୋଳା ଗ୍ରାମକୁ ନିଆଯାଇ ଆତ୍ମୀୟ ସ୍ବଜନଙ୍କ ଉପସ୍ଥିତିରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା ।ସ୍ବର୍ଗତ ସ୍ବାଇଁ ଓଷ୍ଟା ଗଂଜାମ ମଣ୍ଡଳ ସଂଗଠନର ବିଭିନ୍ନ ପଦପଦବୀ ଦାୟିତ୍ୱ ନିର୍ବାହ କରି ୧୯୯୬ ରୁ ୨୦୦୧ ପର୍ଯ୍ୟନ୍ତ ସଭାପତି ଦାୟିତ୍ବ ସମ୍ଭାଳି ଗଂଜାମ ଜିଲ୍ଲାର ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ଉନ୍ନତି ପାଇଁ ସଂଗ୍ରାମ ଜାରି ରଖଥିଲେ । ବୁରୁପଡା ସ୍ଥିତି ଭଗବତୀ ବିଦ୍ଯାପୀଠରେ ଦେ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରି ୧୯୯୮ ରେ ଅବସର ଗ୍ରହଣ କରିଥିଲେ । ଅବସର ପରେ ମଧ୍ଯ ଓଷ୍ଟା ସଂଗଠନ ପାଇଁ ଚିନ୍ତା ପ୍ରକଟ କରି ଶିକ୍ଷକ ମାନଙ୍କ ସମସ୍ୟା ସମାଧାନ ପାଇଁ ପରାମର୍ଶ ଦେଉଥିଲେ । ତାଙ୍କ ପରଲୋକରେ ଓଷ୍ଟାର ପୂର୍ବତନ ସଂପାଦକ କାମରାଜୁ ମହାରଣା, ଉପଦେଷ୍ଟା ଲକ୍ଷ୍ମୀ ନାରାୟଣ ଶତପଥୀ, ମୃତ୍ୟୁଞ୍ଜୟ ତ୍ରିପାଠୀ, କୋରା ମହାରଣା, ଅଶୋକ କୁମାର ଦଳାଇ, ଓଷ୍ଟା,ଗଂଜାମର ସଭାପତି ସନ୍ତୋଷ କୁମାର ଜେନା, କାର୍ଯ୍ଯକାରୀ ସଭାପତି ଲିଙ୍ଗରାଜ ସ୍ବାଇଁ, କୈଳାସ ବେହେରା, ଯୁଧିଷ୍ଠିର ପାଢୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।ପାଣ୍ଡବ ସ୍ବାଇଁଙ୍କ ଦେହାନ୍ତରେ ଗଂଜାମ ଜିଲ୍ଲା ଶିକ୍ଷକ ସଂଗଠନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ଏକ ମିଳିତ ବିବୃତିରେ ପ୍ରକାଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here