ସ୍ୱଚ୍ଛ ଓ ସବୁଜ ସୁମାଣ୍ଡି ଗଠନର ଶପଥ : ବିଶ୍ୱ ପରିବେଶ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ

0
92

ଚିକିଟି , ୦୭/୦୬/୨୦୨୩ : ଗଞ୍ଜାମ ଜିଲା ଚିକିଟୀ ବ୍ଲକ ସମୁଦ୍ର ଉପକୁଳ ସୁମାଣ୍ଡି ପଞ୍ଚାୟତକୁ ସ୍ୱଛ ଓ ସବୁଜ ସୁନ୍ଦର କରିବା ପାଇଁ ସରପଞ୍ଚଙ୍କ ସହ ଯୁବଗୋଷ୍ଠିଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି | ଘରର ଅଳିଆ ସଂଗ୍ରହ ପାଇଁ ରେଡ୍ଡୀ ସୁମାଣ୍ଡି ଗ୍ରାମର ୪୦୦ ପରିବାରକୁ ୨ଟି ଲେଖାଏଁ ଡଷ୍ଟବିନ ( ନିଳ ଓ ସବୁଜ ) ପ୍ରଦାନ କରାଯିବା ସହ ଖୁବ ଶୀଘ୍ର କେଉଟ ସୁମାଣ୍ଡି ଗ୍ରାମର ସମସ୍ତ ପରିବାରକୁ ଡଷ୍ଟବିନ ପ୍ରଦାନ କରିବାକୁ ଯୋଜନା ହୋଇଛି । ଏହାସହ ପ୍ରତି ଘରର ଅଳିଆକୁ ସଂଗ୍ରହ କରାଯାଇ ଜୈବିକ ଖତ ପ୍ରସ୍ତୁତ କରାଯାଇ ଚାଷୀଙ୍କୁ ଦିଆଯିବ ବୋଲି ସରପଞ୍ଚ କହିଛନ୍ତି ।ସେହିପରି ଆର. ସୁମାଣ୍ଡି ଓ କେ. ସୁମାଣ୍ଡି ମୁଖ୍ୟ ଗ୍ରାମରାସ୍ତାକୁ ସଫା କରିବା ସହ ରାସ୍ତାକଡ଼ରେ ଲଗାଯାଇଥିବା ତୁଳସୀ ଗଛର ସଂରକ୍ଷଣ ଓ ଗ୍ରାମ୍ୟ ଜଙ୍ଗଲରେ ଲଗା ଯାଇଥିବା ଚାରା ଗୁଡିକରେ ସାର ଓ ପାଣି ପକାଯାଇଛି ।ଗାଁ ମଝି ଡ୍ରେନକୁ ସଫା କରାଯାଇ ବାହାରି ଥିବା ଅଳିଆକୁ ଏକ ସ୍ବତନ୍ତ୍ର ଗାତ କରି ପୋତି ଦିଆଯାଇଛି | ଶିବ ମନ୍ଦିର ନିକଟ ପୁଷ୍କରଣୀକୁ ସଫା କରାଯାଇ ଘାସ ଓ ଦଳକୁ ସଫା କରାଯିବା ସହ ପୋଖରୀ ହିଡ଼କୁ ସଫା କରାଯାଇଛି ।ଗ୍ରାମରେ ଥିବା ବଡ ବଡ଼ ଅଳିଆ କୁଣ୍ଡକୁ ସଫା କରାଯାଇଛି ଓ ବାହାରେ ମାଳ ତ୍ୟାଗ ନକରି ପାଇଖାନା ବ୍ୟବହାର ପାଈଁ ଲୋକଙ୍କୁ ସଚେତନ କରାଯାଇଛି | ପୁରା ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳିବାକୁ ପଞ୍ଚାୟତ ଓ ଯୁବ ଗୋଷ୍ଠି ଲାଗିପଡିଛନ୍ତି | ଏହି ଦିବସରେ ସରପଞ୍ଚ ଜୀବାନନ୍ଦ ରେଡ୍ଡୀଙ୍କ ସହ ଗ୍ରାମର ସ୍ବେଛାସେବୀ ସଂଗଠନର ସଦସ୍ୟମାନେ ଓ ସେଣ୍ଟଲ ଫର ଏନଭରମେଣ୍ଟ ଏଜୁକେସନ ର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ | ଏପରି କାର୍ଯ୍ୟକ୍ରମ କ୍ରମାଗତ ଚାଲୁ ରହିବ ଓ ଲୋକଙ୍କୁ ସଚେତନ କରାଯାଇ ପଞ୍ଚାୟତକୁ ସ୍ୱଛ ଓ ସବୁଜ ସୁନ୍ଦର କରିବାକୁ ଉପସ୍ଥିତ ସମସ୍ତ ସ୍ବେଛାସେବୀ ଶପଥ ନେଇଛନ୍ତି ଯାହା ଅନ୍ୟମାନଙ୍କ ପାଈଁ ଉଦାହରଣ ପାଲିଟିବା ସହ ସରପଞ୍ଚଙ୍କ ଏତାଦୃଶ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି |

LEAVE A REPLY

Please enter your comment!
Please enter your name here