ବରିଷ୍ଠ କଳାକାର ସଂଘର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

0
160

ବ୍ରହ୍ମପୁର,୦୬/୦୬/୨୦୨୩ :କଳା ଓ କଳାକାର ହିତୈଷୀ ମହାମଂଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ର ଏକ ସାଙ୍ଗଠନିକ ବୈଠକ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ଼ ସ୍ଥିତ ମାନସ ଭବନ ପରିସରରେ ସଂଘ କାର୍ଯକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ ସ୍ୱାଗତ ଭାଷଣ କ୍ରମରେ ବୈଠକର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ଏଥିରେ ଜୁଲାଇ ତିନି ଓ ଚାରି ତାରିଖ ଦୁଇ ଦିନାଙ୍କ ସଂଘର ଚତୁର୍ଥ ବାର୍ଷିକୋତ୍ସବରେ କଳାକାର ଶୋଭାଯାତ୍ରା, ବିଭିନ୍ନ ଲୌକନ୍ରୁତ୍ୟ ଓ ଶିଶୁ ନାଟକମାନ ପ୍ରଦର୍ଶନ ପ୍ରତି ଗୁରୁତ୍ୱାରୋପ ଦିଆଯାଇଥିଲା। ଏହି ଅବସରରେ ସଂଘର ପୂର୍ବ କାର୍ଯ୍ୟକାରୀ କମିଟି ସହ ନୂତନ ଭାବେ ସର୍ବଶ୍ରୀ ଇଂ. ଯାମିନୀକାନ୍ତ ଦାସ, ଡା. ଗୋପାଳକୃଷ୍ଣ ପାଣିଗ୍ରାହୀ, ଇଂ. ମନୋଜ କୁମାର ଦଣ୍ଡପାଟ, ଶଙ୍କର୍ଷଣ ସାବତ, କଳାପ୍ରାଣ କୈଳାସ ପାଣିଗ୍ରାହୀ, ନବୀନ ହୋତା, ସୁଦାମ ପଟ୍ଟନାୟକ, ସୁରେନ୍ଦ୍ର କୁମାର ପ୍ରଧାନ, ଗିରୀଜା ଶଙ୍କର ଦାଶ, ଚନ୍ଦ୍ରଭାନୁ ନାୟକ, କିଶୋର ଚନ୍ଦ୍ର ମହାରଣା, ସୁଶାନ୍ତ କୁମାର ଗୌଡ, ରବୀନ୍ଦ୍ର ପାତ୍ର ପ୍ରମୁଖଙ୍କୁ ଭିନ୍ନଭିନ୍ନ କର୍ମକର୍ତ୍ତା ଭାବେ ଚୟନ କରାଯାଇଥିଲା। ବୈଠକରେ ସର୍ବଶ୍ରୀ ସଙ୍ଗୀତ ମାର୍ତ୍ତଣ୍ଡ ସିମାଞ୍ଚଳ ଦାସ, ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, ନାଟ୍ୟ ସୂର୍ୟ୍ଯ ଦେବେନ୍ଦ୍ର ପ୍ରସାଦ ଶର୍ମା, ସୁବାସ ଚନ୍ଦ୍ର ସାହୁ, ଅଭିରାମ ରାଉଳ, ଚିତ୍ତ ରଞ୍ଜନ ଦଳାଇ, ଟି. ତାରିଣୀ ରାଓ, ରମେଶ ଚନ୍ଦ୍ର ସାହୁ, କେ. ଶଙ୍କର, ପ୍ରଦୀପ କୁମାର ସାହୁ, ମହେନ୍ଦ୍ର କୁମାର ସାହୁ, ବନ୍ଦନା ନନ୍ଦ, ଗୀତା ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକ ପ୍ରାରମ୍ଭରେ ବାହାନଗା ଟ୍ରେନ୍ ଦୂର୍ଘଟଣାରେ ମୃତକମାନଙ୍କ ଅମର ଆତ୍ମାର ସଦ୍ଗତି ତଥା ଆହତମାନଙ୍କ ଆଶୁ ଆରୋଗ୍ୟ କାମନା ପୂର୍ବକ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ପରିଶେଷ ରେ କିଶୋର କାପୁର୍ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here