ଛତ୍ରପୁର ବରିଷ୍ଠ ନାଗରିକ ମଞ୍ଚର ଅଧିବେଶନ, ରଜ ଉତ୍ସବ ପାଳନ ପାଇଁ ପ୍ରସ୍ତାବ ଗୃହୀତ ।

0
175

ଛତ୍ରପୁର ,୦୬/୦୬/୨୦୨୩ : ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ବରିଷ୍ଠ ନାଗରିକ ମଞ୍ଚର ମାସିକ ଅଧିବେଶନ ସଭାପତି ନରହରି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବାଲେଶ୍ବର ଜିଲ୍ଲାର ବାହାନଗା ଠାରେ ଘଟିଥିବା ମମର୍ନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଆତ୍ମାର ସଦଗତି କାମନା କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଥିଲା । ସଂପାଦକ ବାଉରୀବନ୍ଧୁ ସାହୁ ବିବରଣୀ ଓ କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଆର୍ଥିକ ବିବରଣୀ ପ୍ରଦାନ କରିଥିଲେ । ମଞ୍ଚର ସଂଯୋଜକ କାମରାଜୁ ମହାରଣା ଜୁନ୍ ୦୫ ତାରିଖ ବିଶ୍ବ ପରିବେଶ ଦିବସ ଉପଲକ୍ଷେ ପରିବେଶ ସୁରକ୍ଷା ପାଇଁ ଅଧିକ ସଂଖ୍ୟକ ବୃକ୍ଷ ରୋପଣ ପାଇଁ ପରାମର୍ଶ ଦେଇଥିଲେ । ମଞ୍ଚ ତରଫରୁ ପୂର୍ବ ବର୍ଷ ଭଳି ରଜ ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଆଗାମୀ ରଜ ଉତ୍ସବରେ ପୂର୍ବ ବର୍ଷ ଭଳି କନ୍ୟା ବର୍ଗଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ଅବସରରେ ଜୁନ୍ ମାସରେ ଜନ୍ମିତ ସଭ୍ଯ ମାନଙ୍କୁ ମଞ୍ଚ ତରଫରୁ ସଭାପତି ଓ ଉପସଭାପତି ଲକ୍ଷ୍ମଣ ପାଣିଗ୍ରାହୀ ସମ୍ବର୍ଦ୍ଧିତ କରିଥିଲେ । ସହ ସମ୍ପାଦକ ସନ୍ତୋଷ କୁମାର ମହାରଣା ଧନ୍ଯବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here