ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷା ଫଳାଫଳ ଘୋଷିତ। ଦକ୍ଷିଣାଞ୍ଚଳ : କଳାରେ ୭୫.୬୪ % ଓ ଧନ୍ଦାମୂଳକ ଶିକ୍ଷାରେ ୬୭.୫୧ % ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ

0
72

ବ୍ରହ୍ମପୁର, ୦୮/୦୬/୨୦୨୩ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତର ବାର୍ଷିକ ପରୀକ୍ଷା ଫଳାଫଳ ଆଜି ଅପରାହ୍ଣରେ ପ୍ରକାଶିତ ହୋଇଛି l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଅଶ୍ୱଥି ଏସ୍. ଯୋଗଦେଇ ପୁସ୍ତିକା ଉନ୍ମୋଚନ କରିବା ସଂଗେ ସଂଗେ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳାଫଳ ଘୋଷଣା କରିଥିଲେ l ଫଳାଫଳ ଘୋଷଣା କାର୍ଯ୍ୟକ୍ରମରେ ବିଭାଗୀୟ ଯୁଗ୍ମ ସଚିବ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର, ଉପାଧ୍ୟାକ୍ଷ ଡ. ସୁନୀଲ କୁମାର ଜେନା, ସଚିବ ଶୁଭ୍ରବାଳା ବେହେରା, ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ l
ଚଳିତ ବର୍ଷ ଓଡ଼ିଶାର ଦକ୍ଷିଣାଞ୍ଚଳ ଅଧୀନସ୍ଥ ୮ଟି ଜିଲ୍ଲା ଯଥା : ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳରେ ଉଭୟ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଆଶାଜନକ ସଫଳତା ହାସଲ କରିଥିବା ଘୋଷିତ ଫଳାଫଳରୁ ସୂଚନା ମିଳୁଛି l
ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାରେ ଚଳିତ +୨ କଳା ପରୀକ୍ଷାରେ ସର୍ବମୋଟ ୪୮୭୫୩ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୪୭୯୯୮ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୩୨୮୨୦ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୫.୬୪ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୬୩୬୩ ଜଣ ପ୍ରଥମ, ୫୯୪୯ଜଣ ଦ୍ବିତୀୟ ଓ ୨୫୪୨୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 84 ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ୫୦ ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି ଏବଂ କୌଣସି କାରଣରୁ ଜଣେ ପରୀକ୍ଷାର୍ଥୀଙ୍କ ଫଳାଫଳ ସ୍ଥଗିତ ରହିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l ସେହିପରି ଚଳିତ ବର୍ଷ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ଦକ୍ଷିଣାଞ୍ଚଳ ଅଧୀନସ୍ଥ ଆଠଟି ଜିଲ୍ଲାରେ ସର୍ବମୋଟ ୮୭୫ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୮୫୨ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୫୮୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୬୭.୫୧ ପ୍ରତିଶତ l ୮୯ ଜଣ ପ୍ରଥମ, ୨୩୬ ଜଣ ଦ୍ବିତୀୟ, ୨୩୧ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୪ ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଛନ୍ତି l ଧନ୍ଦାମୂଳକ ଶିକ୍ଷାରେ ଏ ବର୍ଷ କପି ଅଭିଯୋଗରେ କେହି ଅଭିଯୁକ୍ତ ହୋଇ ନ ଥିବା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ଫଳ ସ୍ଥଗିତ ରହିଥିବା ଡ. ଓଝା ଜଣାଇଛନ୍ତି l
ଗଞ୍ଜାମ ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୧୮୪୦୭ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୧୮୨୨୨ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୧୪୪୬୯ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୯.୪୦ପ୍ରତିଶତ l ଏମାନଙ୍କ ମଧ୍ୟରୁ ୩୨୪୭ ଜଣ ପ୍ରଥମ,୨୮୧୫ ଜଣ ଦ୍ବିତୀୟ ଓ ୮୩୭୫ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩୬ଜଣ କମ୍ପାଟମେଣ୍ଟରେ ପାଶ୍ କରିଛନ୍ତି l ୧୨ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୋଗରେ ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ ୨୫୩ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୨୪୫ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୧୮୧ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୩.୮୭ ପ୍ରତିଶତ l ୨୨ଜଣ ପ୍ରଥମ, ୬୪ଜଣ ଦ୍ବିତୀୟ, ୯୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୫ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି lଗଜପତି ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୩୫୭୭ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୩୫୨୩ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୨୮୭୩ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୮୧.୫୪ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୨୨୪ ଜଣ ପ୍ରଥମ, ୪୩୩ଜଣ ଦ୍ବିତୀୟ ଓ ୨୨୧୧ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୫ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ୮ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ ଗଜପତି ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ ୧୩୩ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୧୩୦ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୬୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୪୭.୬୯ ପ୍ରତିଶତ l ୧୫ ଜଣ ପ୍ରଥମ, ୨୬ ଜଣ ଦ୍ବିତୀୟ, ୧୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି l ୮ ଜଣ କମ୍ପାର୍ଟମେଣ୍ଟରେ ପାଶ୍ କରିଥିବା ଜଣାପଡ଼ିଛି lକୋରାପୁଟ ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୫୮୪୨ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୫୭୩୯ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୪୧୩୪ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୨.୦୩ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୩୭୯ ଜଣ ପ୍ରଥମ, ୫୨୭ଜଣ ଦ୍ବିତୀୟ ଓ ୩୨୦୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୬ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି lସେହିପରି ଚଳିତ ବର୍ଷ କୋରାପୁଟ ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ ୧୮୦ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୧୭୫ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୧୦୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୫୯.୪୨ ପ୍ରତିଶତ l ୯ ଜଣ ପ୍ରଥମ, ୩୩ ଜଣ ଦ୍ବିତୀୟ, ୫୮ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୪ ଜଣ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି lମାଲକାନଗିରି ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୩୧୨୨ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୩୦୫୫ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୨୧୯୧ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୧.୭୧ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୯୮ ଜଣ ପ୍ରଥମ, ୨୫୧ ଜଣ ଦ୍ବିତୀୟ ଓ ୧୮୩୭ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୫ ଜଣ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ୫ ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷାରେ କୌଣସି ପରୀକ୍ଷାର୍ଥୀ ନ ଥିବା ଏହି ସୂତ୍ରରୁ ପ୍ରକାଶ l ନବରଙ୍ଗପୁର ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୪୪୫୦ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୪୩୪୪ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୩୦୭୩ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୦.୭୪ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୧୯୯ ଜଣ ପ୍ରଥମ, ୩୫୨ ଜଣ ଦ୍ବିତୀୟ ଓ ୨୫୨୦ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ୨ ଜଣ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବେଳେ ୧୨ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷାରେ କୌଣସି ପରୀକ୍ଷାର୍ଥୀ ନ ଥିଲେ l
ରାୟଗଡ଼ା ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୪୦୩୩ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୩୯୭୧ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୨୯୫୪ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୪. ୩୮ପ୍ରତିଶତ l ଏମାନଙ୍କ ମଧ୍ୟରୁ ୩୨୪ଜଣ ପ୍ରଥମ,୪୪୮ ଜଣ ଦ୍ବିତୀୟ ଓ ୨୧୮୦ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ୪ ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଥିବା ବେଳେ ଜଣକର ଫଳାଫଳ ସ୍ଥଗିତ ରହିଛି l
ସେହିପରି ଚଳିତ ବର୍ଷ ରାୟଗଡ଼ା ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ ୯୫ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୯୩ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୬୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୬୪.୫୧ ପ୍ରତିଶତ l ୧୦ ଜଣ ପ୍ରଥମ,୪୦ ଜଣ ଦ୍ବିତୀୟ, ୪ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି l ୬ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣକର ଫଳାଫଳ ସ୍ଥଗିତ ରହିଛି l
ବୌଦ୍ଧ ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୩୩୫୧ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୩୩୦୬ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୨୫୩୭ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୬.୭୩ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୪୪୨ ଜଣ ପ୍ରଥମ, ୪୭୩ଜଣ ଦ୍ବିତୀୟ ଓ ୧୬୧୯ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ୩ ଜଣ କମ୍ପାର୍ଟମେଣ୍ଟାଲରେ ପାଶ୍ କରିଥିବା ବେଳେ ୭ ଜଣ କପି ଅଭିଯୁକ୍ତ ହୋଇଥିବା ଏହି ସୂତ୍ରରୁ ପ୍ରକାଶ lସେହିପରି ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ ୬୯ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୬୭ ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୪୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୦.୧୪ ପ୍ରତିଶତ l ୮ଜଣ ପ୍ରଥମ, ୨୬ ଜଣ ଦ୍ବିତୀୟ ଶ୍ରେଣୀରେ ଓ ୧୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।କନ୍ଧମାଳ ଜିଲ୍ଲାରେ +୨ କଳା ପରୀକ୍ଷାରେ ମୋଟ ୫୯୭୧ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ l ତନ୍ମଧ୍ୟରୁ ୫୮୩୮ ଜଣ ପରୀକ୍ଷା ଦେଇଥିଲେ l କୃତକାର୍ଯ୍ୟ ହୋଇଛନ୍ତି ୪୫୮୯ ଜଣ ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୭୮.୬୦ ପ୍ରତିଶତ l ଏମାନଙ୍କ ମଧ୍ୟରୁ ୪୫୪ ଜଣ ପ୍ରଥମ,୬୫୦ ଜଣ ଦ୍ବିତୀୟ ଓ ୩୪୮୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ୫ ଜଣ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବେଳେ ୨ ଜଣ ପରୀକ୍ଷାର୍ଥୀ +୨ କଳା ପରୀକ୍ଷାରେ କପି ଅଭିଯୁକ୍ତ ହୋଇଛନ୍ତି l
ସେହିପରି ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ +୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ମୋଟ ୧୪୫ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ଏବଂ ତନ୍ମଧ୍ୟରୁ ୧୪୨ଜଣ ପରୀକ୍ଷା ଦେଇଥିଲେ l ସେମାନଙ୍କ ମଧ୍ୟରୁ ୧୨୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଉତ୍ତୀର୍ଣ୍ଣ ହାର ରହିଛି ୮୯.୪୩ ପ୍ରତିଶତ । ୨୫ଜଣ ପ୍ରଥମ, ୪୭ଜଣ ଦ୍ବିତୀୟ, ୫୪ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣେ ପରୀକ୍ଷାର୍ଥୀ କମ୍ପାର୍ଟମେଣ୍ଟାଲରେ ଉତ୍ତୀର୍ଣ୍ଣ ହୋଇଥିବା ଦକ୍ଷିଣାଞ୍ଚଳ ଉପସଚିବ ଡ. ଓଝାଙ୍କ ସୌଜନ୍ୟରୁ ଜଣାପଡ଼ିଛି l

LEAVE A REPLY

Please enter your comment!
Please enter your name here