Home ବ୍ରହ୍ମପୁର ସ୍ପେଶାଳ ବଜ୍ରପାତରେ ଦୁଇ ମଇଁଷି ମୃତ – ଅଳ୍ପକେ ବର୍ତ୍ତିଲେ ପଚାଶରୁ ଉର୍ଦ୍ଧ

ବଜ୍ରପାତରେ ଦୁଇ ମଇଁଷି ମୃତ – ଅଳ୍ପକେ ବର୍ତ୍ତିଲେ ପଚାଶରୁ ଉର୍ଦ୍ଧ

0
173

ଚିକିଟି, ୦୮/୦୬/୨୦୨୩ : ଚିକିଟି ବ୍ଲକ ଚାନ୍ଦପୁର ବାବୁ ଗୌଡଙ୍କ ଦୁଇଟି ମଇଁଷି ବୁଧବାର ଅପରାହ୍ନ ବଜ୍ରାଘାତରେ ମୃତ୍ୟୁ ବରଣ କରିଛନ୍ତି। ଘଟଣା ସ୍ଥଳରେ ବାବୁଙ୍କ ମଇଁଷି ଗୋଠରେ ୬୦ ଟି ମଇଁଷି ଚରୁଥିବା ବେଳେ ଏହି ଆକସ୍ମିକ ଦୁର୍ଘଟଣା ଘଟିଥିଲା । ପରନ୍ତୁ ବାକି ପଚାଶରୁ ଉର୍ଦ୍ଧ ମଇଁଷି ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତୀ ଯାଇଛନ୍ତି । ସବୁଦିନ ଭଳି ବାବୁ ନିଜ ଜନ୍ତୁଙ୍କୁ ଚରେଇବାକୁ ଯାଇ ସ୍ଥାନୀୟ ଓଳପୂର୍ ଓ ସୁବର୍ଣ୍ଣପୂର୍ ମଧ୍ୟ ଭାଗ ଏକ ଜମିରେ ଆଶ୍ରୟ ନେଇଥିଲେ। ହଠାତ ଜୋରରେ ଘଡଘଡି ପବନ ସହ ବର୍ଷା ହୋଇ ବଜ୍ରପାତ ଘଟିଥିଲା । ଘଟଣା ସ୍ଥଳରେ ଦୁଇଟି ମୃତ୍ୟୁ ବରଣ କରିଥିଲେ ମଧ୍ୟ ବାକି ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ଘଟଣା ପରେ ପଶୁ ଚିକିତ୍ସା ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟ ମୋର୍ଟମ ପାଇଁ ଯୋଜନା ଆରମ୍ଭ କରିଛନ୍ତି । ମଇଁଷି ପାଳନ ବାବୁଙ୍କ ଏକମାତ୍ର ରୋଜଗାର ପନ୍ଥା ହୋଇଥିବାରୁ ଏ ଭଳି ପ୍ରାକୃତିକ ଦୁର୍ବିପାକ ଯୋଗୁ ସେ ମାନସିକ ଭାରସାମ୍ୟ ହରାଇଛନ୍ତି। ତାଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଅଛି ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!