ବ୍ରହ୍ମପୁର,୧୨/୦୬/୨୦୨୩:
ଆଜି ଜିଲ୍ଲା ଓ ଦୌର ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୋଧୁରୀଙ୍କ ନିର୍ଦେଶ କ୍ରମେ ଉତ୍କଳ ବାଳାଶ୍ରମ ବ୍ରହ୍ମପୁର ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବ୍ରହ୍ମପୁର, ଗଞ୍ଜାମ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ଦିବସ ପାଳନ କରାଯାଇଛି l ଜନସାଧାରଣ ଶିଶୁ ଶ୍ରମିକ ନିୟୋଜିତ ରୁ ନିବୃତ୍ତ ରହିବା ସହିତ ଯଦି କୌଣସି ସ୍ଥାନ ରେ କୌଣସି ବ୍ୟକ୍ତି ୧୪ ବର୍ଷରୁ କମ ବୟସର ପିଲାଙ୍କୁ କାମରେ ନିୟୋଜିତ କରିଥିବାର କିମ୍ବା ୧୫ ବର୍ଷ ରୁ ୧୮ ବର୍ଷ ମଧ୍ୟରେ କିଶୋର ଙ୍କୁ ବିପଦ ସଂକୁଳ ବୃତ୍ତି ବା ପ୍ରକ୍ରିୟା ରେ ନିୟୋଜନ କରିବା ର କାହାର ଦୃଷ୍ଟି ଗୋଚର ହୁଏ ତବେ ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ଅବଗତ କରିବା ସହିତ ଚାଇଲଡ ଲାଇନ ନମ୍ବର ୧୦୯୮ସହିତ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି. ପ୍ରଶାସନ ତରଫରୁ ମଧ୍ୟ ବିଭିନ୍ନ ସମୟରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଇ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରି ସେମାନଙ୍କ ଥଇଥାନ ବ୍ୟବସ୍ଥା କରିବା ସହ ସେମାନଙ୍କ ପାଠ ପଢା ଓ ଅନ୍ୟାନ୍ୟ ଆନୁସଙ୍ଗିକ ଦାୟିତ୍ୱ ନିଆଯାଉଛି ଏବଂ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରାଯାଇ ସେମାନଙ୍କର ସାମଗ୍ରିକ ଦିଗରେ ପ୍ରଯତ୍ନ କରାଯାଉଛି,ଏହାଦ୍ୱାରା ଭବିଷ୍ୟତ ରେ ସେମାନେ ଜଣେ ଜଣେ ସୁନାଗରିକ ହୋଇ ନିଜ କୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହୋଇ ପାରିବେ l ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ସସ୍ମିତା ରାଣୀ ପାଢ଼ୀ ସୁପେରଟେଡେଣ୍ଟ ଉତ୍କଳ ବାଳାଶ୍ରମ,ଶ୍ରୀ ଶ୍ୟାମାକାନ୍ତ ଜେନା ସି.ଡବ୍ଲ.ସି ସଦସ୍ୟ,କମରସିଆଲି କୋର୍ଟ ବିଚାରପତି ଶ୍ରୀମତୀ ମମତା ମହାନ୍ତି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଦେବଶ୍ରୀ ସାହୁ, ଡ଼. ମିନାକ୍ଷୀ ଦେବି, ଡ଼ି.ଏଲ.ଏସ. ଏ ସଦସ୍ୟା, ବହୁ ପାରାଲିଗଲ ସ୍ବେଛାସେବୀ ଏବଂ ସେଠାକାର ସମସ୍ତ ଶିଶୁ ଯୋଗଦାନ କରିଥିଲେ l





