ବ୍ରହ୍ମପୁର ଉଠାଜଳସେଚନ ବିଭାଗ ଠିକାଦାର ସଂଘ ଗଠିତ :ଅମିନ ପ୍ରଧାନ ସଭାପତି ମନୋନୀତ

0
109

ବ୍ରହ୍ମପୁର ,୩୦/୦୯/୨୦୨୩ : ବ୍ରହ୍ମପୁର ଉଠା ଜଳସେଚନ ବିଭାଗ ଅନ୍ତର୍ଗତରେ କାର୍ଯ୍ୟରତ ଠିକାଦାରଙ୍କୁ ନେଇ ଏକ ନୂତନ ଠିକାଦାର ସଂଘ ଗଠିତ ହୋଇଅଛି । ମହୁରୀ କାଳୁଆ ପୀଠରେ ସମସ୍ତ ଠିକାଦାରଙ୍କ ଏକ ସାଧାରଣ ବୈଠକରେ ମା ଶ୍ୟମାଳାଇ ଠିକାଦାର ସଂଘ ନାମରେ ଏହାକୁ ନାମିତ କରାଯାଇଛି । ନବ ଗଠିତ ଏହି ସଂଘର ସାଧାରଣ ବୈଠକରେ ସଭାପତି ଭାବେ ଶ୍ରୀ ଅମିନ ପ୍ରଧାନ ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ଶ୍ରୀ ଗୋପାଳ କୃଷ୍ଣ ପାଢ଼ୀ, ସମ୍ପାଦକ ଭାବେ ଶ୍ରୀ ନବଘନ ଗୌଡ଼, ସହ ସମ୍ପାଦକ ଭାବେ ଦୁଷ୍ମନ୍ତ ପ୍ରଧାନ , କୋଷାଧକ୍ଷ ଭାବେ ଶ୍ରୀ ରଞ୍ଜନ କୁମାର ସେଠି, ଉପଦେଷ୍ଟା ଭାବେ ଶ୍ରୀ ସୁବୋଧ ମିଶ୍ର ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି | ଏହା ସହିତ ୭ ଜଣ କାର୍ଯ୍ୟକାରିଣୀ ସଭ୍ୟଭାବେ ମନୋନୀତ ହୋଇଛନ୍ତି |

LEAVE A REPLY

Please enter your comment!
Please enter your name here