ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରେ ସ୍ୱତନ୍ତ୍ର ବକ୍ତବ୍ୟମାଳା ଅନୁଷ୍ଠିତ

0
81

ବ୍ରହ୍ମପୁର,୩୦/୦୯/୨୦୨୩:ବ୍ରହ୍ମପୁର ବିଶ୍ବବିଦ୍ଯାଳୟରେ ମହିଳା ଅଧ୍ଯୟନ ଗବେଷଣା ପ୍ରତିଷ୍ଠାନ ତରଫରୁ ପିଜି କାଉନସିଲ୍ ସେମିନାର ହଲ୍ ରେ ଏକ ଆନ୍ତର୍ଜାତୀୟ ସ୍ୱତନ୍ତ୍ର ବକ୍ତବ୍ୟମାଳା ଅନୁଷ୍ଠିତ ହେଇଅଛି । ଏଥିରେ ବ୍ରାଜିଲ୍ ରୁ ପ୍ରଫେସର ମିରିଅମ୍ ଆଡି଼ଲମେନ୍ ଯୋଗଦେଇ ଭାରତ ଏବଂ ବ୍ରାଜିଲରେ ମହିଳାଙ୍କ ସ୍ଥିତି ଏବଂ ଆହ୍ୱ‍ାନ ମ‍ାନଙ୍କ ଉପରେ ଆଲୋକପାତ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଶ୍ବବିଦ୍ଯାଳୟର କୁଳପତି ଫ୍ରଫେସର ଡ. ଗୀତାଞ୍ଜଳି ଦାଶ ଯୋଗଦେଇ କହିଥିଲେ ଯେ ଭାରତରେ ଯଦିଓ ମହିଳାଙ୍କ ରାଜନୈତିକ ଅଧିକାର ରହିଅଛି, କିନ୍ତୁ ସେମାନେ ଆଜି ସୁଦ୍ଧା ସାମାଜିକ ଏବଂ ଅର୍ଥନୈତିକ ସ୍ତର ରେ ଅବହେଳିତ । ପରିବାର ରେ ସେମାନଙ୍କ କାର୍ଯ୍ୟକୁ ଅର୍ଥନୈତିକ ସ୍ୱୀକୃତି ମିଳେନାହିଁ, ପୁରୁଷ ମାନଙ୍କ ପ୍ରକାଶ୍ୟତା ଏତେ ମାତ୍ରାରେ ବଢିଯାଏ ଯେ ମହିଳାଗଣ ସେଥିରେ ଅଚିରେ ଲୁଚିଯା’ନ୍ତି । ଏହି କାଚର ବଳୟକୁ ଭାଙ୍ଗିବା ସମୟର ଆହ୍ୱାନ । ସ୍ୱତନ୍ତ୍ର ଅତିଥି ଭାବେ ସ୍ନାତକୋତ୍ତ ପରିଷଦ ର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗଦେଇ ବର୍ତ୍ତମାନ ସମାଜରେ ମହିଳାଙ୍କ ଅଧିକାର ନିମନ୍ତେ ପରିଦୃଶ୍ୟ ପରିବର୍ତ୍ତନ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ବିଭାଗୀୟ ଅଧ୍ୟାପିକା ବାଗ୍ମୀ ପ୍ରିୟଦର୍ଶୀନି ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ କେନ୍ଦ୍ରର ନିର୍ଦ୍ଦେଶିକା ପ୍ରଫେସର ବନ୍ଦିତା ପଣ୍ତା ସଂଯୋଜନା କରିଥିଲେ । ଶେଷରେ ଅଧ୍ୟାପିକା ରଶ୍ମିରେଖା ଜେନା ଧନ୍ୟବାଦ ଜଣାଇଥିଲେ ।ଏହି ସଭାରେ ମହିଳା ଅଧ୍ୟୟନ, ସମାଜଶାସ୍ତ୍ର, ଲୋକ ପ୍ରଶାସନ, ଇତିହାସ, ସାମ୍ବାଦିକତା ଏବଂ ଗଣଯୋଗାଯୋଗ ତଥା ରାଜନୀତି ବିଜ୍ଞାନର ଶତାଧିକ ବିଦ୍ୟାର୍ଥି ତଥା ଗବେଷକ ଏବଂ ଅଧ୍ୟପନା ମଣ୍ତଳୀ ଯୋଗଦେଇଥିଲେ । ଶେଷରେ ପ୍ରଶ୍ନୋତ୍ତର ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here