ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କ ଜୀବନ ରକ୍ଷା କଲେ ଏନଏସଏସ ସ୍ୱେଚ୍ଛାସେବୀ ବୃନ୍ଦ

0
216

ପୋଲସରା ୨୮/୧୨/୨୩ ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ପୁରୁଷ ଓ ମହିଳା) ୟୁନିଟର ଶୀତ କାଳୀନ ସ୍ୱତନ୍ତ୍ର ଶିବିର ଗତ ଡିସେମ୍ବର ୨୪ ତାରିଖ ଠାରୁ ୭ ଦିନ ପାଇଁ ପ୍ରୋଗ୍ରାମ ଅଫିସର ଶେକ୍ ଫରିଦ୍ ଙ୍କ ତତ୍ତ୍ୱାବଧାନରେ ମଥୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହେଉଅଛି। ପଞ୍ଚମ ଦିବସର ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ଏନଏସଏସ ଶିବିର ସମ୍ମୁଖରେ ଏକ ସଡକ ଦୁର୍ଘଟଣା ଘଟିଥିଲା। ରାସ୍ତରେ ଯାଉଥିବା ମଇଁଷି ମାନଙ୍କ ଯୋଗୁଁ ଜଣେ ଆପାଚି ବାଇକ ଚାଳକ ଭାରସାମ୍ୟ ହରାଇ ମଥୁରା ଗ୍ରାମର ବିଶୁ ଗୌଡ଼ଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଯୋଗୁଁ ବିଶୁ ଗୌଡ଼ଙ୍କ ବାମ ଗୋଡ଼ର ହାଡ଼ ଭାଙ୍ଗି ବାହାରକୁ ବାହାରି ଗୁରୁତର ଆହତ ହୋଇଥିଲେ। ପ୍ରୋଗ୍ରାମ ଅଫିସର ଶ୍ରୀ ଫରିଦ୍ ଙ୍କ ନେତୃତ୍ୱରେ ଏନଏସଏସ ସ୍ୱେଚ୍ଛାସେବୀ ବୃନ୍ଦ ଏକ ଯାତ୍ରୀବାହୀ ବସକୁ ଅଟକାଇ ଗୁରୁତର ଆହତ ବିଶୁଙ୍କୁ ସଙ୍ଗେ ସଙ୍ଗେ ପୋଲସରା ମେଡ଼ିକାଲକୁ ନେଇଥିଲେ। ପ୍ରଚୁର ରକ୍ତସ୍ରାବ ଯୋଗୁଁ ଚିକିତ୍ସାରେ ବିଳମ୍ବ ଘଟିଥିଲେ ହୁଏତ ବିଶୁଙ୍କ ଅବସ୍ଥା ଅତି ସାଂଘାତିକ ହୋଇଥାନ୍ତା। ଏନଏସଏସ ସ୍ୱେଚ୍ଛାସେବୀମାନଙ୍କ ଯୋଗୁଁ ବିଶୁଙ୍କ ଜୀବନ ରକ୍ଷା ହୋଇପାରିଲା କହିଲେ ଅତ୍ୟୁକ୍ତି ହେବନାହିଁ। ଚତୁର୍ଥ ଦିନରେ ଶିବିର ପରିଦର୍ଶନ ପାଇଁ କଲେଜର ପ୍ରିନ୍ସିପାଲ ବନମାଳୀ ବେହେରା, ପରିଚାଳନା ପରିଷଦ ସଭାପତି ଦୁର୍ଗା ପ୍ରସାଦ ମିଶ୍ର, ଏନଏସଏସ ର ପୂର୍ବତନ ପ୍ରୋଗ୍ରାମ ଅଫିସର ଅନିଲ କୁମାର ଦାସ, ଅଧ୍ୟାପକ ବିଭୁତି ଭୂଷଣ ସାହୁ, ଦିନେଶ ସାହୁ, ଅଧ୍ୟାପିକା ତୋନିକା ଦଳେଇ, ପିଙ୍କି ସାହୁ, ସୁମିତ୍ରା ରାଉତ ଆସି ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ। ପଞ୍ଚମ ଦିବସରେ ଶ୍ରୀ ଫରିଦ୍ ସ୍ୱେଚ୍ଛାସେବୀମାନଙ୍କୁ ପ୍ରାଥମିକ ଉପାଚାର ବିଷୟରେ ତାଲିମ ପ୍ରଦାନ କରିଥିଲେ। ଜିଲ୍ଲା ଏଡସ ପ୍ରତିରୋଧକ ଓ ନିୟନ୍ତ୍ରଣ ୟୁନିଟ ପକ୍ଷରୁ ଡିପିଏମ ହେମନ୍ତ କୁମାର ଦାସ ସାଧନ କର୍ମୀ ଭାବେ ଯୋଗ ଦେଇ ଏଡସ ବିଷୟରେ ତାଲିମ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here