ବୁଗୁଡା, ୦୪/୦୧/୨୦୨୪: ବୁଗୁଡା ବ୍ଳକର ଏବିଇଓ ଅବନୀ କୁମାର ପଟ୍ଟନାୟକ ଡିସେମ୍ବର ୩୧ ତାରିଖ ଦିନ ଅବସର ଗ୍ରହଣ କରିଥିଲେ। ଜାନୁଆରୀ ୧ ତାରିଖ ନବବର୍ଷ ଉପଲକ୍ଷେ ବୁଗୁଡା ବ୍ଳକର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ବିଭିନ୍ନ ଅଧିକାରୀ ବୃନ୍ଦଙ୍କୁ ଶୁଭେଚ୍ଛା ଜଣେଇବା ସହ ଅବସର ଗ୍ରହଣ କରିଥିବା ଏବିଇଓ ଶ୍ରୀ ପଟ୍ଟନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ। ନୂତନ ବର୍ଷ ଉପଲକ୍ଷେ ବିଧାୟକ ଶ୍ରୀକାନ୍ତ ସାହୁ, ବୁଗୁଡା ବିଇଓ ଚିନ୍ମୟ ମହାପାତ୍ରଙ୍କ ସମେତ ସମସ୍ତ ଏବିଇଓ ଓ କର୍ମଚାରୀ ବୃନ୍ଦ, ବୁଗୁଡା ବିଡ଼ିଓ ସନ୍ତୋଷ କୁମାର ଜେନା, ତହସିଲଦାର ତାପସ ରାଉତ ପ୍ରଭୃତିଙ୍କୁ ସଙ୍ଘ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଥିଲା। ଏହି ଅଭିନନ୍ଦନ କାର୍ଯ୍ୟକ୍ରମରେ ସଭାପତି ମନୋରଞ୍ଜନ ଦାଶ, ସମ୍ପାଦକ ନଗେନ୍ଦ୍ର ଷଡଙ୍ଗୀ, ପିତାମ୍ବର ଗୌଡ଼, ସୁରେନ୍ଦ୍ର ଜେନା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା, ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ଯୋଗଦେଇଥିଲେ।





