ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଡିଜିଟାଲ୍ ଲର୍ନିଂ ଆଡଭାନ୍ସମେଣ୍ଟ ପାଇଁ NPTEL କର୍ମଶାଳା ଆୟୋଜିତ

0
183

ବ୍ରହ୍ମପୁର, ୦୪/୦୧/୨୦୨୪: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ ସମ୍ମିଳନୀ ହଲରେ ଏନପିଟିଏଲ(NPTEL) ଦ୍ବାରା ଏକ କର୍ମଶାଳାର ଆୟୋଜନ କରଯାଇଥିଲା | ଏହି କାର୍ଯ୍ୟକ୍ରମରେ କର୍ମଶାଳାର ସଂଯୋଜିକା ଡ଼ ଜ୍ୟୋସ୍ତ୍ନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଏହି ସମାବେଶରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ କର୍ମଶାଳାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଫେସର ଦାଶ ଏନପିଟିଏଲ(NPTEL) ଏବଂ ସ୍ୱୟଂ(SWAYAM )ପାଠ୍ୟକ୍ରମ ଦ୍ଵାରା କିପରି ଛାତ୍ର ଛାତ୍ରୀ ମାନେ ଭବିଷ୍ୟତରେ ସମ୍ଭାବନା ସୃଷ୍ଟି କରିପାରିବେ ସେ ବିଷୟରେ ନିଜର ମତାମତ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ଏସ୍.କେ ବରାଳ ଶିକ୍ଷାର ଅଗ୍ରଗତି ପାଇଁ କର୍ମଶାଳାର ମହତ୍ତ୍ୱ ଉପରେ ଆଲୋକପାତ କରି ଧନ୍ୟବାଦ ଅର୍ପଣ କରିଥିଲେ l ଆଇଆଇଟି ମାଡ୍ରାସରୁ ଆସିଥିବା ଏନପିଟିଏଲ(NPTEL) ସିନିୟର ମ୍ୟାନେଜର ଶିବ ଶଙ୍କର ଦାଶ ଏହି କର୍ମଶାଳାର ଉପସ୍ଥାପକ ଥିଲେ।ସେ ଏନପିଟିଏଲ( NPTEL) ଏବଂ ସ୍ୱୟଂ (SWAYAM)ର ବିସ୍ତୃତ ପାଠ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ସେ ଏହାର ସଂରଚନା ଏବଂ ପରୀକ୍ଷା ଶୈଳୀ ଗୁଡିକର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ | ଏହା ଛଡା ସେ କହିଥିଲେ ଯେ ଛାତ୍ରଛାତ୍ରୀ ମାନଙ୍କୁ ଠିକ ସମୟରେ ଏନପିଟିଏଲ(NPTEL) ସ୍ମାରକପତ୍ର ପଠାଇବା ସହିତ ଏହା ତାର ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ନିୟମିତ ଶିକ୍ଷା ଯୋଗାଇ ଦେଉଛି ବୋଲି ଜଣାଇଥିଲେ |ଏହି କର୍ମଶାଳାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଏହାର ସହଯୋଗୀ କଲେଜଗୁଡ଼ିକର ଅଧ୍ୟାପକମାନେ ଅଂଶଗ୍ରହଣ କରିଥିଲେ ​​| ଏହି କାର୍ଯ୍ୟକ୍ରମରେ ସମୁଦାୟ ୨୩୦ ଜଣ ବ୍ୟକ୍ତି ପଞ୍ଜୀକରଣ କରିଥିଲା ବେଳେ ୧୬୩ଜଣ କର୍ମଶାଳାରେ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମର ସଫଳତାରେ ସ୍ଥାନୀୟ ସଂଯୋଜକ ଦେସୁଲ ସୁଦର୍ଶନ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here