ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ଦ୍ବାରା ବୃକ୍ଷ ରୋପଣ କାର୍ଯକ୍ରମ

0
16

ବ୍ରହ୍ମପୁର,୨୫/୦୮/୨୦୨୪:ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ଦ୍ବାରା ବୃକ୍ଷ ରୋପଣ କାର୍ଯକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯକ୍ରମ କୁ ପଦ୍ମଶ୍ରୀ ଶାବରମତୀ ଏକ ଗଛ ଲଗାଇ ଶୁଭାରମ୍ଭ କରିଥିଲେ । ବିଶ୍ବବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜାଳୀ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ତାର ଯତ୍ନ ଓ ଲାଳନ ପାଳନ କରିବା ପାଇଁ ସ୍ବେଚ୍ଛାସେବୀ ମାନଙ୍କୁ ପ୍ରେରଣା ଦେଇଥିଲେ । ଜାତୀୟ ସେବା ଯୋଜନା ର ଆଞ୍ଚଳିକ ନିର୍ଦେଶିକା ସରିତ ପଟେଲ ଭାରତ ସରକାରଙ୍କ ତରଫରୁ ଏହି କାର୍ଯକ୍ରମରେ ଯୋଗ ଦେଇ ଏହି ସ୍ବତନ୍ତ୍ର ବୃକ୍ଷ ରୋପଣ କାର୍ଯକ୍ରମ-୨୦୨୪ କୁ ତ୍ବରାନ୍ବିତ କରିବା ପାଇଁ ଆହ୍ବାନ ଦେଇଥିଲେ । ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ଡ଼ ରମେଶ ଚନ୍ଦ୍ର ବେହେରା ଏହି କାର୍ଯକ୍ରମରେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ଏବଂ ସ୍ବେଚ୍ଛାସେବୀ ମାନଙ୍କୁ ଓଡ଼ିଶା କୁ ଏକ ସୁସ୍ଥ ଓ ସବୁଜ ରାଜ୍ୟରେ ପରିଣତ କରିବା ପାଇଁ ଦିଗଦର୍ଶନ ଦେଇଥିଲେ । ଜାତୀୟ ସେବା ଯୋଜନା ବ୍ୟୁରୋ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ର ସଂଯୋଜକ ପ୍ରଫେସର ଜୟନ୍ତ ପଣ୍ଡା ଏହି ଭଳି କାର୍ଯକ୍ରମ ହାତକୁ ନେଇ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବାପାଇଁ ପରାମର୍ଶ ଦେଇଥିଲେ । ବିଶ୍ବବିଦ୍ୟାଳୟ ର କ୍ରୀଡ଼ା ସମ୍ପାଦକ ଡ଼ ଶାରଦା ସାହୁ ଉପସ୍ଥିତ ରହି କ୍ରୀଡ଼ା ଭବନ ପରିସର ରେ ବୃକ୍ଷ ରୋପଣ କାର୍ଯରେ ସହଯୋଗ କରିଥିଲେ । ଜାତୀୟ ସେବା ଯୋଜନା ଅଧିକାରୀ ଡ଼ ଶଙ୍କର୍ଷଣ ମଲ୍ଲିକ ଏହି ବୃକ୍ଷରୋପଣ ଶିବିରକୁ ପରିଚାଳନା କରିଥିଲେ। ଏହି କାର୍ଯକ୍ରମରେ ସ୍ଵେଚ୍ଛାସେବୀମାନଙ୍କ ଦ୍ବାରା ବୃକ୍ଷ ରୋପଣକାର୍ଯ ସମ୍ପାଦନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଏନ.ଏସ.ଏସ. ବ୍ୟୁରୋ ଅଫିସିଆଲ ସୌମ୍ୟ ସାହାଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here