ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ବିଡ଼ିଓଙ୍କ ପୁଷ୍ପମାଲ୍ୟ ଅର୍ପଣ

0
19

ପୋଲସରା, ୬/୩/୨୫ : ଓଡିଶା ସରକାରଙ୍କ ପକ୍ଷରୁ ବିଜୁବାବୁଙ୍କ ଜୟନ୍ତୀ ପାଳନ ପାଇଁ ସମସ୍ତ ବିଭାଗକୁ ପତ୍ର ଦିଆଯାଇଥିବା ବେଳେ ପୋଲସରାରେ ସରକାରୀ ଭାବେ ବିଜୁ ଜୟନ୍ତୀମାର୍ଚ୍ଚ ୫ ତାରିଖ ଦିନ ପାଳନ ହୋଇଯାଇଛି। ପୋଲସରା ବିଡ଼ିଓ ଶଶୀଭୂଷଣ ମହାପାତ୍ର ଓ ପୋଲସରା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନା ପୋଲସରା ବସଷ୍ଟାଣ୍ଡରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରାଙ୍କ ସମେତ ବହୁ ବିଜୁପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଡ଼ିଓ ଶ୍ରୀ ମହାପାତ୍ର ବିଜୁବାବୁଙ୍କ ଗୁଣଗାନ କରିବା ସହ ତାଙ୍କର ପ୍ରେରଣା ଓ କାର୍ଯ୍ୟକଳାପ ଜନସାଧାରଣଙ୍କୁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here