ପିପୁଲସ କଲେଜର ଶିବାନୀ ରାଜନୀତି ବିଜ୍ଞାନ ବିଭାଗରେ ଦ୍ଵିତୀୟ ସ୍ଥାନ

0
30

ବୁଗୁଡ଼ା, ୨୨/୪/୨୫ : ପ୍ରକାଶ ପାଇଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ବାର୍ଷିକ ପରୀକ୍ଷା ଫଳ। ବୁଗୁଡା ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀ ଶିବାନୀ ରାଉତ ମୋଟ ୧୪୦୦ ମାର୍କରୁ ୧୧୮୭ ମାର୍କ ରଖି ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ଶିବାନୀ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଜିରୋଳି ଗ୍ରାମର ନିରାକାର ରାଉତ ଓ ମମତା ରାଉତ ଙ୍କ ସୁକନ୍ୟା, ମାମୁଁ ଘର ରାମଣ୍ଡାରେ ରହି ପିପୁଲସ କଲେଜ ରେ ଅଧୟନ କରୁଥିଲେ। ଶିବାନୀ ତାଙ୍କ ସଫଳତାର ଶ୍ରେୟ କଲେଜର ରାଜନୀତି ବିଜ୍ଞାନ ବିଭାଗର ଶିକ୍ଷାଦାନ ବ୍ୟବସ୍ଥା, ପ୍ରିନ୍ସପାଲ ହରିକୃଷ୍ଣ ନାୟକ, ବିଭଗୀୟ ମୁଖ୍ୟ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ଡକ୍ଟର ବିନୋଦ କୁମାର କର, ଲୋକନାଥ ବେହେରା, ପବିତ୍ର ଖଣ୍ଡୁଆଳ, ପିତା, ମାତା, ଅଜା, ଆଇ, ମାମୁଁ, ମାଇଁ ଓ ଅନ୍ୟ ସହପାଠୀମାନଙ୍କୁ ଦେଇଛନ୍ତି। ସୂଚନା ଯୋଗ୍ୟ ପିପୁଲ୍ସ୍ କଲେଜର ରାଜନୀତି ବିଜ୍ଞାନ ବିଭାଗ ୨୦୨୨, ୨୦୨୩, ୨୦୨୪, ୨୦୨୫ ଲଗାତର ୪ ବର୍ଷ ଧରି ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ର +୩ ଶେଷ ବର୍ଷ ପରୀକ୍ଷା ଫଳରେ ଶ୍ରେଷ୍ଠ ୧୦ ଭିତରେ ସ୍ଥାନ ପାଇ ଆସୁଅଛି। ଶିବାନୀ ନିଜର ସଫଳତା ପାଇଁ କଲେଜ ଓ ଅଞ୍ଚଳ ପାଇଁ ଗୌରବ ଆଣିପାରିଛନ୍ତି।

LEAVE A REPLY

Please enter your comment!
Please enter your name here