ବ୍ରହ୍ମପୁର,୦୫/୦୪/୨୦୨୬: ସ୍ଥାନୀୟ ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ ଠାରେ ଓଡ଼ିଆ ପକ୍ଷ ଅବସରରେ ଐତିହ୍ୟ ଗଣଦୌଡ ଆୟୋଜିତ ହୋଇଯାଇଛି। ଏହି ଗଣ ଦୌଡ ମାହାତ୍ମା ଗାନ୍ଧୀ ଷ୍ଟାଡିୟମ ଠାରୁ ଆରମ୍ଭ ହୋଇ ଖଲ୍ଲିକୋଟ କଲେଜ ପର୍ଯ୍ୟନ୍ତ ଯାଇ ପୁନର୍ବାର ଷ୍ଟାଡିୟମ୍କୁ ଫେରିଥିଲା। ଏହି ଗଣଦୌଡ କୁ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର ଙ୍କ ସମେତ ମେୟର, ଡେପୁଟି ମେୟର, ବ୍ରହ୍ମପୁର ମହାନଗର ନିଗମ କମିଶନର, ଉପ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ସହ ପ୍ରାୟ ୫୦୦ରୁ ଅଧିକ ଲୋକ ଉତ୍ସାହଭରା ଭାବେ ଅଂଶଗ୍ରହଣ କରିଥିଲେ। ଶେଷରେ ଏହି ଗଣଦୌଡ ର ଅଂଶଗ୍ରହଣକାରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।





