ପୋଲସରା ଥାନାରେ “ଜୁଭେଣ୍ଟିକା” କାର୍ଯ୍ୟକ୍ରମ ଆରମ୍ଭ

0
2

ପୋଲସରା, ୦୮/୫/୨୬ : ଓଡ଼ିଶା ପୋଲିସ ପକ୍ଷରୁ ୦୮-୫-୨୬ ତାରିଖ ଦିନ ମାନ୍ୟବର ଡିଜିପି “ଜୁଭେଣ୍ଟିକା” ସ୍ବତନ୍ତ୍ର କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ସମଗ୍ର ରାଜ୍ୟରେ ପୋଲସରା ଥାନା ସମେତ ୫୭୮ ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପୋଲସରା ଥାନା ପକ୍ଷରୁ ଗଂଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ପୋଲିସ ଥାନା ଆଇଆଇସି କୌଶିକ ମାଝୀଙ୍କ ତତ୍ବାବଧାନରେ ଥାନା ପରିସରରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୋଲସରା ନଗରପାଳିକା ସଙ୍ଗୀତା ବେହେରା, ଆଇସିଡିଏସ୍ ସୁପରଭାଇଜର ସୁରଭି କୁସୁମ ଦାସ, ପୋଲସରା ଥାନାର ମହିଳା ଓ ଶିଶୁ ମିତ୍ର ମିଲନ୍ ପ୍ରଧାନ ଅତିଥି ଭାବେ ଯୋଗଦେଇଥିଲେ। ଜୁଭେଣ୍ଟିକା ମାଧ୍ୟମରେ ଶିଶୁମାନଙ୍କ ଡିଜିଟାଲ ଅଧିକାର ଓ ଅନଲାଇନ ସୁରକ୍ଷାକୁ ନେଇ ସଚେତନତା, ପୋଲିସ ଥାନାରେ ସୁରକ୍ଷିତ ଓ ଭୟମୁକ୍ତ ପରିବେଶ ସୃଷ୍ଟି କରିବା, ସାଇବର ଅପରାଧ ନେଇ ସଚେତନତା, ସୋସିଆଲ ମିଡିଆର ସୁରକ୍ଷିତ ବ୍ୟବହାର ପ୍ରଭୃତି ବିଷୟ ଉପରେ ଆଲୋଚନା କରାଯାଇଥିଲା। ପୋଲିସ ଅଧିକାରୀ, ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀ ଓ ମହିଳା ଶିଶୁ ବିକାଶ ବିଭାଗ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here