ଗୋସାଇଁନୂଆଗାଁରେ ଶ୍ରୀ ଶ୍ରୀ ଶ୍ରୀ ଉତ୍ତରେଶ୍ୱର ମହାପ୍ରଭୁଙ୍କ ଭବ୍ୟ ଶିବ ବିବାହ ଉତ୍ସବ ସମ୍ପନ୍ନ: ଶତାବ୍ଦୀର ପରମ୍ପରା ରକ୍ଷା କରି ଭୈରବ ପାଣିଗ୍ରାହୀ କଲେ କନ୍ୟାଦାନ, ଦେବ ଦମ୍ପତିଙ୍କ ନଗର ପରିକ୍ରମା

0
4

ବ୍ରହ୍ମପୁର,୧୯/୦୬/୨୦୨୬: ଗୋସାଇଁନୂଆଗାଁ ସ୍ଥିତ ପାଣିଗ୍ରାହୀ ବଂଶର ନିଜସ୍ୱ ମନ୍ଦିର ଶ୍ରୀ ଶ୍ରୀ ଶ୍ରୀ ଉତ୍ତରେଶ୍ୱର ପୀଠରେ ପବିତ୍ର ଶୀତଳ ଷଷ୍ଠୀ ଅବସରରେ ମହାପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ଦେବ ବିବାହ ଉତ୍ସବ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ଏବଂ ହର୍ଷଉଲ୍ଲାସ ସହ ସମ୍ପନ୍ନ ହୋଇଯାଇଛି। ପାଣିଗ୍ରାହୀ ବଂଶର ସକ୍ରିୟ ଭାଗୀଦାରୀରେ ଆୟୋଜିତ ଏହି ଉତ୍ସବରେ ସମସ୍ତ ବୈଦିକ ଓ ମାଙ୍ଗଳିକ ରୀତିନୀତି ଅନୁଷ୍ଠିତ ହୋଇଥିଲା।
ପାଣିଗ୍ରାହୀ ବଂଶ ତଥା ମନ୍ଦିର ପରିଚାଳନା ଟ୍ରଷ୍ଟି ସଦସ୍ୟ ଶ୍ରୀ ତାରିଣୀ ଚରଣ ପାଣିଗ୍ରାହୀଙ୍କ ସୁପରିଚାଳନାରେ ଏହି ସମଗ୍ର କାର୍ଯ୍ୟକ୍ରମ ସୂଚାରୁରୂପେ ସମ୍ପାଦିତ ହୋଇଥିବା ବେଳେ, ଏହି ପ୍ରାଚୀନ ପୀଠର ଶତାବ୍ଦୀର ପରମ୍ପରା ଓ ପ୍ରଥାନୁଯାୟୀ ଚଳିତ ବର୍ଷ ମଧ୍ୟ ଭୈରବ ପାଣିଗ୍ରାହୀ ପିତା ସାଜି ମାତା ପାର୍ବତୀଙ୍କୁ କନ୍ୟାଦାନ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ।
ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତି ଓ ଅନ୍ନପ୍ରସାଦ ସେବନ:
ଏହି ଭବ୍ୟ ବିବାହ ଉତ୍ସବରେ ପାଣିଗ୍ରାହୀ ବଂଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଦେବ ଦମ୍ପତିଙ୍କ ଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରେ ପାଣିଗ୍ରାହୀ ବଂଶର ଭୈରବ ପାଣିଗ୍ରାହୀ, ତାରିଣୀ ଚରଣ ପାଣିଗ୍ରାହୀ, ବିମଳ ପ୍ରସାଦ ପାଣିଗ୍ରାହୀ, ଭବାନୀ ଶଙ୍କର ପାଣିଗ୍ରାହୀ, ଗୋପାଳ କୃଷ୍ଣ ପାଣିଗ୍ରାହୀ, ଭବାନି ଶଙ୍କର ପାଣିଗ୍ରାହୀ, କାହ୍ନୁ ଚରଣ ପାଣିଗ୍ରାହୀ, ପଣି ନାତୁଣୀ ମୃଣାଳିନୀ ପାଣିଗ୍ରାହୀ, ସତୀଶ କୁମାର ପାଣିଗ୍ରାହୀ, ସୁକାନ୍ତ ପାଣିଗ୍ରାହୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ରସାୟନ ବିଜ୍ଞାନ ପ୍ରଫେସର ଗଣେଶ ପ୍ରସାଦ ପାଣିଗ୍ରାହୀ, ଏବଂ ଶୁନିତ ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ। ବିବାହ ପରେ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ପାଇଁ ଭବ୍ୟ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
ଦେବ ଦମ୍ପତିଙ୍କୁ ନିମନ୍ତ୍ରଣ ଓ ଶଶୁର ଘର ଆଗମନ:
ଉତ୍ସବର ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ୱରୂପ ଶୁକ୍ରବାର ଅପରାହ୍ନ ୫ ଘଟିକା ସମୟରେ ଗୋସାଇଁନୂଆଗାଁ ପାଣିଗ୍ରାହୀ ସାହିର ବଂଶଜ ଭୈରବ ପାଣିଗ୍ରାହୀ, ତାରିଣୀ ଚରଣ ପାଣିଗ୍ରାହୀ, ବିମଳ ପ୍ରସାଦ ପାଣିଗ୍ରାହୀ, ଭବାନୀ ଶଙ୍କର ପାଣିଗ୍ରାହୀ, ଗୋପାଳ କୃଷ୍ଣ ପାଣିଗ୍ରାହୀ, ଭବାନି ଶଙ୍କର ପାଣିଗ୍ରାହୀ, କାହ୍ନୁ ଚରଣ ପାଣିଗ୍ରାହୀ, ପଣି ନାତୁଣୀ ମୃଣାଳିନୀ ପାଣିଗ୍ରାହୀ, ସତୀଶ କୁମାର ପାଣିଗ୍ରାହୀ, ସୁକାନ୍ତ ପାଣିଗ୍ରାହୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ରସାୟନ ବିଜ୍ଞାନ ପ୍ରଫେସର ଗଣେଶ ପ୍ରସାଦ ପାଣିଗ୍ରାହୀ, ଏବଂ ଶୁନିତ ପାଣିଗ୍ରାହୀ ପ୍ରମୁଖ ପାରମ୍ପରିକ ବାଦ୍ୟ, ଘଣ୍ଟ ଓ କୀର୍ତ୍ତନ ମଣ୍ଡଳୀ ସହ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀ ଶ୍ରୀ ଶ୍ରୀ ଉତ୍ତରେଶ୍ୱର ମନ୍ଦିରକୁ ଯାଇଥିଲେ। ସେଠାରେ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କୁ ନଗର ପରିକ୍ରମା ପାଇଁ ସାଦର ନିମନ୍ତ୍ରଣ କରାଯାଇଥିଲା।
ମନ୍ଦିରରୁ ନିମନ୍ତ୍ରଣ ରକ୍ଷା କରି ଦେବ ଦମ୍ପତି ଗୋସାଇଁନୂଆଗାଁ ପାଣିଗ୍ରାହୀ ସାହି ସ୍ଥିତ ପାଣିଗ୍ରାହୀ ବଂଶ ଙ୍କ ଘରକୁ ବିଜେ କରିଥିଲେ। ସେଠାରେ ପାଣିଗ୍ରାହୀ ବଂଶ ତରଫରୁ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଆଳତି ଓ ବନ୍ଦାପନା କରାଯାଇଥିଲା।
ଭବ୍ୟ ଯାନରେ ନଗର ପରିକ୍ରମା:
ଏହାପରେ ବିଭିନ୍ନ ପ୍ରକାରର ସୁଗନ୍ଧିତ ଫୁଲରେ ସୁସଜିତ ଏକ ଭବ୍ୟ ଯାନ (ବିମାନ)ରେ ବିଜେ କରି ଦେବ ଦମ୍ପତି ସାରା ଗୋସାଇଁନୂଆଗାଁ ତଥା ବିଭିନ୍ନ ନଗର ପରିକ୍ରମା କରିଛନ୍ତି। ଏହି ପରିକ୍ରମା ସମୟରେ ମହାପ୍ରଭୁ ଓ ମାତା ପାର୍ବତୀ ପ୍ରତ୍ୟେକ ଭକ୍ତଙ୍କ ଦ୍ୱାରକୁ ଯାଇ ସେମାନଙ୍କୁ ଦର୍ଶନ ଦେବା ସହ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ସାରା ରାତି ନଗର ଭ୍ରମଣ କରି ଭକ୍ତଙ୍କୁ କୃପା କରିବା ପରେ ଆସନ୍ତାକାଲି (ଶନିବାର) ସକାଳେ ଦେବ ଦମ୍ପତି ପୁଣି ଥରେ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ।
ସର୍ବବିଧ ସହଯୋଗ ପାଇଁ କୃତଜ୍ଞତା:
ପାଣିଗ୍ରାହୀ ବଂଶର ନିଜସ୍ୱ ମନ୍ଦିର ଶ୍ରୀ ଶ୍ରୀ ଶ୍ରୀ ଉତ୍ତରେଶ୍ୱର ମହାପ୍ରଭୁଙ୍କ ଏହି ଦୁଇ ଦିନିଆ ସମଗ୍ର କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରାଯାଇଥିଲା। ଏହି ଉତ୍ସବକୁ ସଫଳ କରିବାରେ ମନ୍ଦିରର ପରିଚାଳନା ଟ୍ରଷ୍ଟି ର ଶ୍ରୀ ପଞ୍ଚାନନ ଚୈ।ଧୁରୀ, ସ୍ଥାନୀୟ କର୍ପୋରେଟର, ବିଶିଷ୍ଟ ସମାଜସେବୀ ଶ୍ରୀ ଲିଟୁ ପଣ୍ଡା କାର୍ଯ୍ୟକ୍ରମ ଅନୁଷ୍ଠାନ କରିବା ରେ ସହଯୋଗ କରିଥିଲା ବେଳେ ସ୍ଥାନୀୟ ଅଞ୍ଚଳ ର ଶ୍ରଦ୍ଧାଳୁ ଭକ୍ତ, ମନ୍ଦିରର ସମସ୍ତ ପୂଜକ ବୃନ୍ଦ, ପୁଲିସ ବିଭାଗ, ଜିଲ୍ଲା ପ୍ରଶାସନ, ସାମ୍ବାଦିକ ବନ୍ଧୁଗଣ ଏବଂ ବହୁ ସମାଜସେବୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିବାରୁ ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

LEAVE A REPLY

Please enter your comment!
Please enter your name here