ଗୌରବ ଅର୍ଜନ କଲା ଆଇଆରପିଏମ ବିଭାଗ : ପ୍ରଥମ, ଦ୍ଵିତୀୟ ଓ ଦଶମ ସ୍ଥାନରେ ତିନି ଜଣ ଛାତ୍ରୀ ।

0
2

ବୁଗୁଡା, ୧୬/୫/୨୬ : ପ୍ରକାଶ ପାଇଛି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର +୩ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ। ବୁଗୁଡା ପିପୁଲସ କଲେଜର ଆଇଆରପିଏମ ବିଭାଗର ତିନି ଜଣ ଛାତ୍ରୀ ପ୍ରଥମ ୧୦ ସ୍ଥାନ ମଧ୍ୟରେ ରହି କଲେଜ ଓ ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିପାରିଛନ୍ତି। ବୁଗୁଡା ବ୍ଲକ ଅନ୍ତର୍ଗତ ଡାକରାବାଡ଼ି ଗ୍ରାମର ବଂଶୀଧର ପ୍ରଧାନଙ୍କ ସୁକନ୍ୟା ପୂଜା ରାଣୀ ପ୍ରଧାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆଇଆରପିଏମ ବିଭାଗରେ ପ୍ରଥମ ରେଙ୍କରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଚିଲିଖମା ଗ୍ରାମର ମୁରଲୀଧର ଗୌଡ଼ଙ୍କ ସୁକନ୍ୟା ମନିଷା କୁମାରୀ ଗୌଡ଼ ଦ୍ଵିତୀୟ ରେଙ୍କ ଓ ବେତାରସିଂ ଗ୍ରାମର ତରୁଣ କୁମାର ମହାରଣା ଙ୍କ ସୁକନ୍ୟା ସୋନାଲି ମହାରଣା ଦଶମ ରେଙ୍କ ରଖି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆଇଆରପିଏମ ବିଭାଗରେ ବୁଗୁଡା ପିପୁଲସ କଲେଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପିପୁଲସ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଓ ଭାଇସ-ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଙ୍କ ସୁପରିଚାଳନା, ଆଇଆରପିଏମ ବିଭାଗର ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ସେଠୀ ଓ ଅଧ୍ୟାପିକା ସୁରଜିତା କୁମାରୀ ସାହୁଙ୍କ ଉତ୍ତମ ଶିକ୍ଷାଦାନ , ବିଭାଗର ତିନି ରତ୍ନ ପୂଜାରାଣୀ – ମନୀଷା – ସୋନାଲି ଙ୍କ ଅକ୍ଲାନ୍ତ ପରିଶ୍ରମ, ପିତା ଓ ମାତାଙ୍କ ଆଶୀର୍ବାଦ ଏବଂ ସହପାଠୀ ବୃନ୍ଦଙ୍କ ସହଯୋଗ ଯୋଗୁଁ ଏହି ଗୌରବମୟ ସଫଳତା ସମ୍ଭବ ହୋଇପାରିଛି। ପ୍ରଥମ ଦଶଟି ରେଙ୍କ ମଧ୍ୟରୁ ବୁଗୁଡା ପିପୁଲସ କଲେଜର ଆଇଆରପିଏମ ବିଭାଗର ଛାତ୍ରୀମାନେ ତିନିଟି ରେଙ୍କ ପାଇ କଲେଜ ଓ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିପାରିଥିବା ଯୋଗୁଁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here