ବୁଗୁଡା, ୧୯/୬/୨୬ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ସାମ୍ବିଧାନିକ ସମ୍ମିଳନୀ ବାଲିପଦର ରଘୁନାଥ ବିହାର ସ୍ଥିତ ନିଜସ୍ବ କୋଠାରେ ୧୯/୬/୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସଭାପତି ଇ.ବିପ୍ର ଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ ପୂର୍ବ ସଭାର ବିବରଣୀ, ଆୟ ବ୍ୟୟର ହିସାବ ଓ ବାର୍ଷିକ ବିବରଣୀ ପାଠ କରିବା ପରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ଏହାପରେ ନିର୍ବାଚନ ପାରିଚାଳନ ପାଇ ଡକ୍ଟର ବିଜୟ ଚନ୍ଦ୍ର ମହାରଣା ଓ ଏ. ସର୍ଭିସ୍ ଆଚାରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଆସନ୍ତା ତିନି ବର୍ଷ ପାଇଁ ସଭାପତି ଭାବେ ଇ.ବିପ୍ର ଚରଣ ପାତ୍ର, ଉପସଭାପତି ଭାବେ ମାଧବ ଚନ୍ଦ୍ର ଭୋଳ , ସମ୍ପାଦକ ଭାବେ ପ୍ରକାଶ ଚନ୍ଦ୍ର ରଥ, ଯୁଗ୍ମାସମ୍ପାଦକ ଭାବେ ପି. କ୍ରିଷ୍ଣା ରାଓ ଦୋର ଓ କୋଷାଧ୍ୟକ୍ଷ ଭାବେ ମଙ୍ଗୁଳି ପାତ୍ର ଏବଂ କାର୍ଯ୍ୟକାରୀ ସଦସ୍ଯ ଭାବେ ଲକ୍ଷ୍ମଣ କୁମାର ଜେନା, ପ୍ରଫୁଲ୍ଲ ଚନ୍ଦ୍ର ସାମନ୍ତରା, କବିରାଜ ପରିଡା, ଶଶିଭୂଷଣ ସେନାପତି, ବାଞ୍ଛା ନିଧି ଜେନା, ପଦ୍ମଲୋଚନ ଗୌଡ, ପୁରୁଷୋତ୍ତମ ସାହୁ ଓ ଉମା ଚରଣ ପଟ୍ଟନାୟକ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ସେହିପରି ଉପଦେଷ୍ଟା ଭାବେ ବଂଶୀଧର ବିଷୋୟୀ ଓ ଦ୍ବିତୀକୃଷ୍ଣ ବିଶ୍ବାଳ ପୁନର୍ବାର ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ।





