“ବିକାଶର ଧାରା ଓଡିଶା ସାରା” କାର୍ଯ୍ଯକ୍ରମ ଉଦଯାପିତ

0
2

ବୁଗୁଡ଼ା, ୨୪/୬/୨୬ : ସମଗ୍ର ଓଡିଶା ସହ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକରେ ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଗତ ୧୭/୬/୨୬ ତାରିଖଠାରୁ ଆରମ୍ଭ ହୋଇଥିବା ସପ୍ତାହ ବ୍ୟାପି “ବିକାଶର ଧାରା ଓଡିଶା ସାରା” କାର୍ଯ୍ୟକ୍ରମ ୨୩/୬/୨୬ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଉଦଯାପନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ତହସିଲଦାର ତାପସ ରାଉତ, ଏବିଡିଓ ଧର୍ମରାଜ ପରିଡ଼ା, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଓ ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା ଯୋଗଦେଇଥିଲେ। ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ମଲ୍ଲିକ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଅବଗତ କରାଇବା ସହ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ତୋଦୟ ଗୃହ ଯୋଜନା କାର୍ଡ ଓ ଚାଉଳ, ମଧୁବାବୁ ପେନସନ, ଗ୍ରାମକଣ୍ଠ ପରୋମ୍ବକ ଜମି ପଟ୍ଟା, ଅଙ୍ଗନୱାଡି କର୍ମୀଙ୍କୁ ସ୍ମାର୍ଟ ଫୋନ୍, ଆମ ଗୃହ ଯୋଜନାର କାର୍ଯ୍ୟାଦେଶ, ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ ଓ ସ୍ୱୟଂ ସହାୟକ ଗୃପ ଙ୍କୁ ଋଣ ଏବଂ ଅନ୍ୟାନ୍ୟ ଯୋଜନାର କାର୍ଡ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି ଓ ହିତାଧିକାରୀ ବୃନ୍ଦ ଯୋଗଦେଇଥିଲେ। ବ୍ଲକର ବିଭିନ୍ନ ବିଭାଗ ଅଧିକାରୀ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here