ମନ୍ଦିର ନିର୍ମାଣର୍ଥେ ଅର୍ଥରାଶି ପ୍ରଦାନ କଲେ ଯୁବ ସମାଜସେବୀ

0
318

ବ୍ରହ୍ମପୁର,୧୧/୧୨/୨୦୨୧: ( ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଦିଗାପଡା ପଞ୍ଚାୟତ ଛଚିନା ଗ୍ରାମର ଯୁବ ବିଜେଡ଼ି ନେତା ତଥା ସମାଜସେବୀ ଚିତ୍ରସେନ ପରିଡା ଙ୍କ ବଦାନ୍ୟତା ଚାରିଆଡ଼େ ଏବେ ଆଲୋଚନା ଚାଲିଛି । ଗଞ୍ଜାମ ଜିଲ୍ଲା ଏସ୍. ଛଚିନା ପଞ୍ଚାୟତ ଅନ୍ତର୍ଗତ ବେଲପଡା ଗ୍ରାମ ସ୍ଥିତ ରାଧାକୃଷ୍ଣ ମନ୍ଦିର ନିର୍ମାଣ ପାଇଁ ଶ୍ରୀ ପରିଡା ଅର୍ଥରାଶି ପ୍ରଦାନ କରିବା ସହ ମନ୍ଦିର ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ ଏଥିସହିତ ମନ୍ଦିର ନିର୍ମାଣ ସମ୍ପର୍କରେ କିଛି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଏ ନେଇ ବେଲପଡା ଗ୍ରାମବାସୀ ମାନେ ଖୁସିବ୍ୟକ୍ତ ପ୍ରକାଶ କରିଛନ୍ତି । ଏଥିସହିତ ବିଭିନ୍ନ ସମୟରେ ଶ୍ରୀ ପରିଡା ସାମାଜିକ ସେବା କାର୍ଯ୍ୟ କରୁଥିବା ର ଦେଖିବାକୁ ମିଳିଛି । ଆଗକୁ ମଧ୍ୟ ବିଭିନ୍ନ ସେବା କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here