ବିଭାଗୀୟ ସଚିବ ଙ୍କ କାର୍ଯ୍ୟକଳାପ ରେ ଅସନ୍ତୁଷ୍ଟ ଯନ୍ତ୍ରୀ

0
1845

ବ୍ରହ୍ମପୁର,୧୧/୧୨/୨୦୨୧: ରାଜ୍ୟ ସରକାର ରାଜ୍ୟ ରେ ସ୍ବଚ୍ଛ ଶାସନ ର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ କିନ୍ତୁ ଅଲଗା ଜଣାପଡୁଛି। ଏପରି କି ସରକାରୀ କର୍ମଚାରୀ ମାନେ ମଧ୍ୟ ସରକାରଙ୍କ କାର୍ଯ୍ୟକଳାପ ରେ ଅସନ୍ତୁଷ୍ଟ ଥିବା ମନେ ହେଉଛି।ଏପରି ଏକ ଘଟଣା କ୍ରମେ ନଗର ଉନ୍ନୟନ ବିଭାଗ ସଚିବ ଙ୍କ କାର୍ଯ୍ୟକଳାପ ରେ ଅସନ୍ତୁଷ୍ଟ ହୋଇ ଜୈନକ ଯନ୍ତ୍ରୀ, ବିଭାଗୀୟ ସଚିବ ଙ୍କ ବିଷୟରେ ଅଶାଳୀନ ମନ୍ତବ୍ୟ ଦେବାକୁ ମଧ୍ୟ ପଛାଇ ନାହାଁନ୍ତି।ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପଦୋନ୍ନତି ତାଲିକା ଠିକ ସମୟରେ ପ୍ରକାଶ ପାଉଥିବା ବେଳେ କେବଳ ନଗର ଉନ୍ନୟନ ବିଭାଗ ର ଯନ୍ତ୍ରୀ ମାନଙ୍କ ପଦୋନ୍ନତି ତାଲିକା ପ୍ରକାଶ କରିବାରେ ବିଭାଗୀୟ ସଚିବ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି।ଏପରି କି ନଗର ଉନ୍ନୟନ ବିଭାଗ ର ଯନ୍ତ୍ରୀ ମାନଙ୍କ ପଦୋନ୍ନତି ବିଭାଗୀୟ ସଚିବ ଦୀର୍ଘଦିନ ହେଲା କରୁନଥିବା ଯୋଗୁଁ ଜୈନକ ଯନ୍ତ୍ରୀ ଅସନ୍ତୁଷ୍ଟ ହୋଇ ଅଶାଳୀନ ମନ୍ତବ୍ୟ ଦେଇଥିବା ନଜର କୁ ଆସିଛି।ଉଲ୍ଲେଖଯୋଗ୍ୟ ଯେ,ଗତକାଲି ପୂର୍ତ୍ତ ବିଭାଗ ର ସହକାରୀ ଯନ୍ତ୍ରୀ ରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ପଦୋନ୍ନତି ତାଲିକା ପ୍ରକାଶ ପାଇବା ପରେ ଜୈନକ ସହକାରୀ ଯନ୍ତ୍ରୀ ତଥା ଭୂବନେଶ୍ୱର ଜନସ୍ବାସ୍ଥ୍ୟ ବିଭାଗ ରେ କାର୍ଯ୍ୟରତ ଯନ୍ତ୍ରୀ ରମେଶ ଚନ୍ଦ୍ର ସିଠ ନିଜ ବିଭାଗୀୟ ସଚିବ ଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଅଶାଳୀନ ମନ୍ତବ୍ୟ ଦେଇଥିବା ନଜର କୁ ଆସିଛି।ନଗର ଉନ୍ନୟନ ବିଭାଗ ସଚିବ ତାଙ୍କର ଦୀର୍ଘ ଦିନ କାର୍ଯ୍ୟକାଳ ମଧ୍ୟରେ ମନମୂଖୀ ଶାସନ କରିବା ସହ ବିଭାଗର ଅଧିନସ୍ଥ କର୍ମଚାରୀ କିମ୍ବା ଯନ୍ତ୍ରୀ ଙ୍କ ଚାକିରୀ ସମ୍ବନ୍ଧୀୟ କୌଣସି ଅଭିଯୋଗ ଶୁଣାଣି କରୁନଥିବା ଅଭିଯୋଗ ହେଉଛି।ଯେପରି କି, ବର୍ଦ୍ଧିତ ଦରମା ମଞ୍ଜୁର, ଅର୍ଜିତ ଛୁଟି ମଞ୍ଜୁର କରିବା(EL) ହେଉ କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ର ଅଫିଲ ଶୁଣାଣି କରି ଫୈସଲା କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନ କରି ବିଭାଗୀୟ ସଚିବ, ଅଧିନସ୍ଥ କର୍ମଚାରୀ ଙ୍କ ରୋଷ ର ଶୀକାର ହେଉଛନ୍ତି।ଅନ୍ୟ ପକ୍ଷରେ କର୍ମଚାରୀ ମାନେ ମଧ୍ୟ ବିଭାଗ ର କାର୍ଯ୍ୟକଳାପ ରେ ଅସନ୍ତୋଷ ହୋଇ ଆଇନ,ଅଦାଲତ ର ଆଶ୍ରୟ ନେଉଛନ୍ତି। ଫଳରେ ଅଦାଲତ ର ସମୟ ଅପଚୟ ହେବା ସାଙ୍ଗକୁ ସରକାରଙ୍କ ରାଜସ୍ୱ ଅପଚୟ ହେଉଛି। ଯାହାର ଫଳ ସ୍ବରୂପ ବିଭାଗୀୟ କର୍ମଚାରୀ ହୁଅନ୍ତୁ ଅବା ଯନ୍ତ୍ରୀ , ସେମାନଙ୍କ ମନ ରେ ଥିବା ଅସନ୍ତୋଷ ରେ ସଚିବ ଙ୍କୁ ଅଶାଳୀନ ମନ୍ତବ୍ୟ ଦେବାକୁ ପଛାଉ ନାହାଁନ୍ତି।

LEAVE A REPLY

Please enter your comment!
Please enter your name here