ପୋଲସରା, ୧୧/୧୨/୨୦୨୧ : ଆଜି ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁହାନି ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତ ରେ ଦୁଇଟି କ୍ରିମିନାଲ କମ୍ପାଉଣ୍ଡେବଲ ମକଦ୍ଦମା ଓ ଗୋଟିଏ ଏଫ.ଆର୍.ଟି ମୋକଦ୍ଦମାର ଫଇସଲା ହୋଇଥିଲା। ଆଜିର ଲୋକ ଅଦାଲତ ପରିଚାଳନା ରେ ସରକାରୀ ଓକିଲ ରମେଶ ଚନ୍ଦ୍ର ପ୍ରଧାନ , ବ୍ରଜେନ୍ଦ୍ର ସାହୁ , ବ୍ରଜବନ୍ଧୁ ଦଳବେହେରା ଓ ଆଲୋକ ନିରଞ୍ଜନ ହୋତା ପ୍ରମୁଖ ସହଯୋଗ କରିଥିଲେ। ଅଦାଲତର ମୂଖ୍ୟ କିରାଣୀ ପ୍ରଦୀପ କୁମାର ଶତପଥୀ , କନିଷ୍ଠ କିରାଣୀ ଗୋକୁଳ ଚନ୍ଦ୍ର ସେଠୀ , ଟାଇପିଷ୍ଟ ଶ୍ରବଣ କୁମାର ସାହୁ ଓ ତ୍ରିନାଥ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା